ଅନୁନ୍ନତ ଅଧିବାସୀଙ୍କୁ ବସତି ଅଧିକାର

ଅନୁନ୍ନତ ଅଧିବାସୀଙ୍କୁ ବସତି ଅଧିକାର

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଜୁଆଙ୍ଗମାନଙ୍କର ବସତି ଅଧିକାରକୁ ଗତକାଲି ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଜରିଆରେ ସ୍ୱୀକୃତି ଦିଆଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଅନୁନ୍ନତ ଜନଜାତିଙ୍କ ପାଇଁ ସ୍ୱୀକୃତିପ୍ରାପ୍ତ ତିନିଟି ବସତି ଅଧିକାର ଯୋଗାଇ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି। ଏଭଳି ଅଧିକାର ଯୋଗାଇ ଦେବାରେ ଭାରତରେ ଶୀର୍ଷରେ ରହିଛି ଓଡ଼ିଶା। ୬ ତାରିଖରେ ଯାଜପୁର ଜିଲ୍ଲାରେ ଜୁଆଙ୍ଗ ସମ୍ପ୍ରଦାୟଙ୍କୁ ବସତି ଅଧିକାର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ରାଜ୍ୟର ପ୍ରଥମ ଅନୁନ୍ନତ ଜନଜାତି ଭାବରେ ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁଙ୍କୁ ବସତି ଅଧିକାର ପ୍ରଦାନ କରାଯାଇଥିଲା। ବାରକୋଟ ବ୍ଲକ ଅଧୀନରେ ୩୨ଟି ଗାଁରେ ପାଉଡ଼ି ଭୂୟାଁଙ୍କୁ ଏହି ଅଧିକାର ମିଳିଥିବା ବେଳେ ସୁକିନ୍ଦା ବ୍ଲକ ୧୩ଟି ଗାଁ ଏବଂ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗମାନଙ୍କ ପାଇଁ ବସତି ଅଧିକାରକୁ ସ୍ୱୀକୃତି ଦିଆଯାଇଛି।

ସୂଚନାଯୋଗ୍ୟ, ଜଙ୍ଗଲ ଜମି ଅଧିକାର ଆଇନ(ଏଫ୍‌ଆର୍‌ଏ)ଅଧୀନରେ ଆଦିବାସୀ ସମ୍ପ୍ରଦାୟଙ୍କୁ ବସତି ଅଧିକାର ଦିଆଯାଉଛି। ଏହି ବର୍ଗରେ ଜଙ୍ଗଲ ବାସସ୍ଥାନ ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ରଖିଥିବା ଅନ୍ୟ ବିଶେଷ ଭାବେ ଅନୁନ୍ନତ ଜନଜାତି ହେଉଛନ୍ତି ଯାଜପୁରର ଜୁଆଙ୍ଗ, ଓଡ଼ିଶାର ଦେବଗଡ଼ର ପାଉଡ଼ି ଭୂୟାଁ, ମଧ୍ୟପ୍ରଦେଶର ଭାରିଆ ଏବଂ ଛତିଶଗଡ଼ର କମାର ଓ ବାଇଗା ସମ୍ପ୍ରଦାୟ। ଏ ନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, “ଆଦିବାସୀ ସମ୍ପ୍ରଦାୟ ତଥା ଅନୁନ୍ନତ ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ଲୋକାଭିମୁଖୀ ସରକାର ସର୍ବଦା ତତ୍ପର ଅଛନ୍ତି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe