ଭୁବନେଶ୍ବର : ରାଜଧାନୀର ଭୀମଟାଙ୍ଗିରେ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ହାତରେ ଅସ୍ତ୍ରୋପଚାର ହେବ। ଜଗନ୍ନାଥ ରିଙ୍କିକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରି ଛୁରିରେ ନିଜ ବାମ ହାତ କାଟିବାବେଳେ ଗୋଟିଏ ଶିରା କଟି ଯାଇଥିଲା। ଆଜି ଏହାର ଷ୍ଟିଚ୍ ଖୋଲାଯିବା ପରେ କ୍ଷତ ଶୁଖି ନ ଥିବାରୁ ଅସ୍ତ୍ରୋପଚାର କରାଯିବ। ଅନ୍ୟପକ୍ଷରେ ସୁସ୍ଥ ହୋଇ ଡିସଚାର୍ଜ ହେଲା ପରେ ପୁଲିସ ଘଟଣା ଉପରୁ ସମ୍ପୂର୍ଣ୍ଣ ରହସ୍ୟ ଉଠାଇବା ପାଇଁ ଜଗନ୍ନାଥକୁ ଜେରା କରିବ। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଜଗନ୍ନାଥ ରିଙ୍କିଙ୍କ ଗଳାକାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ହତ୍ୟା ପଛରେ ପ୍ରେମ, ପ୍ରତାରଣା ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।
ରିଙ୍କି ହତ୍ୟା ମାମଲା: ଅଭିଯୁକ୍ତ ଜଗନ୍ନାଥର ହାତରେ ହେବ ଅସ୍ତ୍ରୋପଚାର
Advertisment
Follow Us