image source-outlookindia
ବାରଙ୍ଗ : ନନ୍ଦନକାନନ ଛକରୁ ଭୁବନେଶ୍ବର ଯାଉଥିବା ମୋ ବସ୍ରେ ଟଙ୍କା ଫେରସ୍ତକୁ ନେଇ ଯାତ୍ରୀଙ୍କ ସହ କଣ୍ଡକ୍ଟରଙ୍କ ଗଣ୍ଡଗୋଳ ହେଇଛି। ନାନ୍ଦନକାନନ ଛକରୁ ବାହାରିଥିବା ମୋ ବସ୍ରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଇଥିଲା। ବିଳମ୍ବ ହେବାରୁ ସେଥିରେ ବସିଥିବା ୨୫ଜଣ ଯାତ୍ରୀ କଣ୍ଡକ୍ଟରଙ୍କୁ ଟିକେଟ୍ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏହାକୁ ନେଇ ଉଭୟ ଯାତ୍ରୀ ଓ କଣ୍ଡକ୍ଟରଙ୍କ ମଧ୍ୟରେ ବଚସା ହୋଇଥିଲା। ନନ୍ଦନକାନନ ଥାନା ପୁଲିସ ହସ୍ତକ୍ଷେପ କରିବାରୁ ଯାତ୍ରୀମାନେ ଟଙ୍କା ଫେରସ୍ତ ପାଇଥିଲେ।
Follow Us