Ripe rice: ପାଚିଲା ଧାନକୁ ବାତ୍ୟା ଭୟ

ବିଲରେ ଦୋଳି ଖେଳୁଛି ପାଚିଲା ଧାନ। ଯେଉଁ ଗହୀରକୁ ଚାହିଁବ ସୁନେଲି ରଙ୍ଗର ପସରା। ଢିପ ଜମିର ଧାନ କଟା ଆରମ୍ଭ ହୋଇଗଲାଣି ଓ ଖାଲ ବିଲରୁ ଆଉ ସପ୍ତାହେ ପରେ ଧାନକଟା ଆରମ୍ଭ ହେବ।

dagdgadgaadg

ବାଲିପାଟଣା: ବିଲରେ ଦୋଳି ଖେଳୁଛି ପାଚିଲା ଧାନ। ଯେଉଁ ଗହୀରକୁ ଚାହିଁବ ସୁନେଲି ରଙ୍ଗର ପସରା। ଢିପ ଜମିର ଧାନ କଟା ଆରମ୍ଭ ହୋଇଗଲାଣି ଓ ଖାଲ ବିଲରୁ ଆଉ ସପ୍ତାହେ ପରେ ଧାନକଟା ଆରମ୍ଭ ହେବ। ବର୍ଷକର ପରିଶ୍ରମର ଫଳକୁ ଖଳାକୁ ନେବ ଚାଷୀ। ତେବେ ଏହି ସମୟରେ ଲଘୁଚାପ ସୃଷ୍ଟି ହୋଇଥିବା ଜାଣିବା ପରେ ଚାଷୀଙ୍କ ଆଖିରୁ ନିଦ ହଜିଯାଇଛି। କୁହାଯାଉଛି ଏହି ଲଘୁଚାପ ବାତ୍ୟାର ରୂପ ନେଇପାରେ। ପବନ, ବର୍ଷା ଲାଗି ରହିଲେ ହେକ୍ଟର ହେକ୍ଟର ପାଚିଲା ଧାନ ଓ ଶୀତଦିନିଆ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀକୂଳ ଏବେ ଚିନ୍ତାରେ ପଡ଼ିଲେଣି। ବାଲିପାଟଣା ବ୍ଲକ୍‌ କୃଷି ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ବାଲିପାଟଣା ବ୍ଲକ୍‌ରେ ୯୫୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହୋଇଛି।

ସେଥିମଧ୍ୟରୁ ସାଢେ ୪ ହଜାର ହେକ୍ଟରରୁ ଅଧିକ ଖାଲୁଆ ଜମି ବୋଲି ଜଣାପଡ଼ିଛି। ସେହିପରି ଏପର୍ଯ୍ୟନ୍ତ ୨୦୦୦ ହେକ୍ଟରରୁ ଅଧିକ ଜମିରେ ବିଭିନ୍ନ ପ୍ରକାର ଶୀତଦିନିଆ ପରିବା ଚାଷ ହୋଇଛି।  ପବନ ବର୍ଷା ହେଲେ ଏହି ଖାଲୁଆ ଚାଷ ଜମିର ଧାନ ଫସଲ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ପରିବା ଫସଲ ମଧ୍ୟରେ ବିଶେଷ କରି ବାଇଗଣ, ଭେଣ୍ଡି, ମୂଳା, କାକୁଡି, କଖାରୁ , ପୋଟଳ , ଝୁଡୁଙ୍ଗ, ବିନ୍‌, କଲରା, ଶାଗ, ଧଣିଆ, ଲଙ୍କା, ବନ୍ଧା ଓ ଫୁଲ କୋବି ଚାଷ ଅଧିକ ପ୍ରଭାବିତ ହେବ। ବର୍ଷା ଲାଗି ରହିଲେ ଏସବୁ ଫସଲ ଉଜୁଡିବା ଭୟ ଏବେ ଚାଷୀଙ୍କୁ ଘାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe