ଗଞ୍ଜେଇ କାରବାରରେ ରିୟାଙ୍କ ଭୁବନେଶ୍ବର ଲିଙ୍କ୍‌! ଗଞ୍ଜେଇ ବେପାରୀଜଣଙ୍କ କିଏ?

Advertisment

ସହାୟତା ମାଗିଲେ ସହଯୋଗ କରିବୁ: ଡିଜି

ସହାୟତା ମାଗିଲେ ସହଯୋଗ କରିବୁ: ଡିଜି

ଗଞ୍ଜେଇ କାରବାରରେ ରିୟାଙ୍କ ଭୁବନେଶ୍ବର ଲିଙ୍କ୍‌! ଗଞ୍ଜେଇ ବେପାରୀଜଣଙ୍କ କିଏ?

The Economic Times

ଭୁବନେଶ୍ବର: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ଼ କରୁଥିବା ବେଳେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଡିଲିଟ୍ ହ୍ବାଟ୍‌ସଆପ ଚାଟରୁ ନିଶା କାରବାର ସମ୍ପର୍କରେ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ରିୟାଙ୍କ ଭୁବନେଶ୍ବର ଲିଙ୍କ୍‌ ନେଇ ଆଜି ଦିନତମାମ୍ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଛି। ଗତ ମାର୍ଚ୍ଚରେ ସିମୋନ ଖମ୍ବାଟାଙ୍କ ସହ ରିୟାଙ୍କ ହ୍ବାଟ୍‌ସଆପ ଚାଟିଂରେ ଭୁବନେଶ୍ବର ଲିଙ୍କ୍ ଥିବା କୁହାଯାଉଛି। ଏବେ ସବୁ କିଛି ଭୁବନେଶ୍ବରରେ ଘଟୁଛି ବୋଲି ରିୟା ଚାଟିଂରେ କହୁଥିବା ରିଟ୍ରାଇଭ୍ ମେସେଜରୁ ଜଣାପଡ଼ିଥିବା ଚର୍ଚ୍ଚା ହେଉଛି। ଗଞ୍ଜେଇ ଓ ଡ୍ରଗ୍ ସମ୍ପର୍କିତ ଏହି ଚାଟିଂ ଚାଲିଥିବା ବେଳେ ଭୁବନେଶ୍ବରରୁ ଗଞ୍ଜେଇ ନେଇଥିବା ସନ୍ଦେହ ପ୍ରକାଶ ପାଇଛି।

ବାହାର ରାଜ୍ୟରେ ଓଡ଼ିଶା ଗଞ୍ଜେଇର ଯଥେଷ୍ଟ ଚାହିଦା ରହିଥିବାରୁ ରିୟାଙ୍କ ହ୍ବାଟ୍‌ସଆପ ଚାଟିଂ ଓ ଭୁବନେଶ୍ବର ଲିଙ୍କ୍ ନେଇ ବିଭିନ୍ନ ଚର୍ଚା ଜୋର୍ ଧରିଛି। ଯଦି ରିୟା ଭୁବନେଶ୍ବରରୁ ଗଞ୍ଜେଇ ନେଇଥା’ନ୍ତି ତା’ହାଲେ କାହାଠାରୁ? ଗଞ୍ଜେଇ ବେପାରୀଜଣଙ୍କ କିଏ? ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ନିଶା କାରବାରରେ ରିୟାଙ୍କ ସମ୍ପୃକ୍ତି ଥିବା ନେଇ ଇଡି ସୁରାକ୍ ପାଇବା ପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଅବଗତ କରାଇଥିଲା। ଏନ୍‌ସିବି ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଖୋଳତାଡ଼ ଚଳାଇଛି। ନିଶା ବେପାରୀ, ମଧ୍ୟସ୍ଥଙ୍କ ସହ ପ୍ରାୟ ୨୦ଜଣଙ୍କ ତାଲିକା ତିଆରି କରିଛି ଏନ୍‌ସିବି। ସେମାନଙ୍କର ଗୋଟିଏ ଟିମ୍ ଭୁବନେଶ୍ବର ଆସିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ରିୟାଙ୍କ ଭୁବନେଶ୍ବର ଲିଙ୍କ୍‌ ନେଇ କୌଣସି ପ୍ରମାଣ ମିଳି ନଥିବା କହିଛନ୍ତି ଡିଜିପି ଅଭୟ। ଯଦି ଏନ୍‌ସିବି କୌଣସି ସହାୟତା ମାଗେ, ତାହାଲେ ଯୋଗାଇ ଦିଆଯିବ ବୋଲି ଡିଜିପି ଅଭୟ ଆଜି କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe