ଝିଅ ଘରକୁ ଭାର ନେଇ ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରୁ ତଳକୁ ଛଟିକି ପଡ଼ିଲେ ବାପା-ପୁଅ

Advertisment
ଝିଅ ଘରକୁ ଭାର ନେଇ ଯାଉଥିବା ବେଳେ ଟ୍ରକ୍‌ ଧକ୍କାରେ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଉପରୁ ତଳକୁ ଛଟିକି ପଡ଼ିଲେ ବାପା-ପୁଅ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଚାର୍ଯ୍ୟବିହାର ଛକରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଝିଅ ଘରକୁ ବାପା-ପୁଅ ଭାର ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। 

ସୂଚନାଯୋଗ୍ୟ, ମୃତ୍ୟୁ ଏପରି ବି ଆସେ। ବାପ-ଭାଇ ଘରକୁ ଆସିବେ ବୋଲି କେତେ ଆଶା ନେଇ ଝିଅ ତାର ଶାଶୁଘରେ ବସିଥିବ। କିନ୍ତୁ ଏହି ଆଶା, ଆଶାରେ ହିଁ ରହି ଯାଇଥିଲା। ଆଜି ବାପା ଓ ପୁଅ ନୟାଗଡ଼ରୁ ଏକ ସ୍କୁଟିରେ ରସୁଲଗଡ଼ସ୍ଥିତ ଝିଅ ଘରକୁ ଭାର ନେଇ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଏକ ଟ୍ରକ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ  ଦୁହେଁ ଭାରସାମ୍ୟ ରକ୍ଷା କରି ନପାରି ଡିଭାଇଡରରେ ପିଟି ହୋଇ ଓଭରବ୍ରିଜର ୩୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ତେବେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe