ଭୁବନେଶ୍ୱର : ରାଜପଥରେ ସିରିଜ୍ ଦୁର୍ଘଟଣା, ୩ ଆହତ

Advertisment

ସ୍କୁଟି ସହ ମହିଳାଙ୍କୁ ଚାପି ଦେଲା ଟ୍ରକ୍‌

ସ୍କୁଟି ସହ ମହିଳାଙ୍କୁ ଚାପି ଦେଲା ଟ୍ରକ୍‌

ଜାତୀୟ ରାଜପଥରେ ୧୨,୮୪୨ ଦୁର୍ଘଟଣା

Patrika

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଭୁଆଶୁଣୀ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୧୦ଟାରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଟ୍ରକ୍, ହାଇୱା, ଅଟୋ ଓ ବଲେରୋ ପରସ୍ପର ଭିତରେ ଧକ୍କା ହୋଇଛି। ଏଥିରେ ଅଟୋ, ବଲେରୋରେ ଥିବା ୩ ଜଣ ଆହତ ହୋଇଛନ୍ତି। ଗାଡ଼ିଗୁଡ଼ିକ ରାସ୍ତା ଉପରେ ରହିବା ଯୋଗୁଁ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ପହଞ୍ଚି ଗାଡ଼ିଗୁଡ଼ିକ ହଟାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସ୍କୁଟି ସହ ମହିଳାଙ୍କୁ ଚାପି ଦେଲା ଟ୍ରକ୍‌
ଭୁବନେଶ୍ୱର : ଆଜି ଖଣ୍ଡଗିରି ଛକରେ ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳା ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ, ଡୁମୁଡୁମାର ଭାସ୍କର ନାୟକଙ୍କ ପତ୍ନୀ ପ୍ରୀତି ନାୟକ(୩୮)। ପୁଲିସ ସୂଚନା ଅନୁସାରେ, ପ୍ରୀତି ଏକ ବୀମା କମ୍ପାନିରେ ଏଜେଣ୍ଟ୍‌ ଭାବେ କାମ କରନ୍ତି। ଆଜି ସକାଳେ ସେ ଏକ ସ୍କୁଟି (ଓଡି୩୩-ଭି-୧୪୫୦)ରେ ପଟିଆ ଅଭିମୁଖେ ଯାଉଥିଲେ। ଖଣ୍ଡଗିରି ଛକରେ ପଛରୁ ଆସୁଥିବା ଟ୍ରକ୍(ଓଡ଼ି୦୪-ଏନ୍-୪୨୧୧) ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକ୍‌ ଚକାରେ ଲାଗି ଉଭୟ ପ୍ରୀତି ଓ ତାଙ୍କ ସ୍କୁଟି ପ୍ରାୟ ୨୦ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ଟ୍ରକ୍‌ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ଓ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe