ପାଣ୍ଡରା ଛକରେ ଜିଲ୍ଲା କଂଗ୍ରେସର ରାସ୍ତାରୋକ

Advertisment
ପାଣ୍ଡରା ଛକରେ ଜିଲ୍ଲା କଂଗ୍ରେସର ରାସ୍ତାରୋକ

ଭୁବନେଶ୍ବର: ହଂସପାଳ ନିକଟ ସପ୍ତସତୀ ମନ୍ଦିରଠାରୁ ଶିଶୁପାଳଗଡ଼ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ବାରମ୍ବାର ରାହାଜାନି, ଛିନ୍‌ତାଇ ଭଳି ଆପରାଧିକ ଘଟଣା ଘଟୁଥିଲେ ହେଁ ଏଥିପ୍ରତି କମିସନରେଟ୍‌ ପୁଲିସର ନିଘା ନାହିଁ। ଏହି ରାସ୍ତାରେ ଯାତ୍ରୀ ବିଶ୍ରାମଗାର, ଶୌଚାଳୟ କିମ୍ବା ପେଟ୍ରୋଲ ପମ୍ପଟିଏ ମଧ୍ୟ ନାହିଁ। ଏସବୁ ସମସ୍ୟାକୁ ନେଇ ଆଜି ପାଣ୍ଡରା ଛକ ନିକଟରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା। କଂଗ୍ରେସ କର୍ମୀମାନେ ରାଜପଥ ଅବରୋଧ କରିବାରୁ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା। ମଞ୍ଚେଶ୍ବର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବାରୁ ପରସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଏହି ଅବସରରେ ବିକ୍ଷୋଭକାରୀମାନେ ମେୟର୍‌ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମ‌ଞ୍ଚେଶ୍ବର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାଶଙ୍କ ‌ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଯୁବନେତା ଶ୍ରୀଧର ବଳିଆରସିଂହ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ବ୍ରହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ମିତ୍ରଭାନୁ ମହାପାତ୍ର, ସୁଭଦ୍ରା ମିଶ୍ର, ଜୟଶ୍ରୀ ନନ୍ଦ, ଜିତେନ୍ଦ୍ର ଜଗଦେବ, ଅଶୋକ ସାହୁ, ମାଧବ ବେହେରା, ଆଲୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe