ବିଏମ୍‌ସି ୱାର୍ଡ ନଂ.୯: ସୁଲୋଚନା ଓ ସୂର୍ଯ୍ୟକାନ୍ତିଙ୍କ ରୋଡ୍‌ ସୋ’

ବିଏମ୍‌ସି ୱାର୍ଡ ନଂ.୯: ସୁଲୋଚନା ଓ ସୂର୍ଯ୍ୟକାନ୍ତିଙ୍କ ରୋଡ୍‌ ସୋ’

ଚନ୍ଦ୍ରଶେଖରପୁର: ୯ ନମ୍ବର ୱାର୍ଡରେ ଆଜି ସନ୍ଧ୍ୟାରେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ କର୍ପୋରେଟର୍ ପ୍ରାର୍ଥିନୀ ସୂର୍ଯ୍ୟକାନ୍ତି ଜେନା ରୋଡ୍‌ ସୋ’ କରିଛନ୍ତି। ଅରବିନ୍ଦନଗର ବସ୍ତିରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଗାଡ଼କଣ ଛକ, କେଭି ୩ ରୋଡ୍‌ ଓ ଶବରସାହି ଦେଇ ଗାଡ଼କଣ ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିଥିଲା। ରଙ୍ଗମାଟିଆ ଉପରସାହି ଓ ତଳସାହିଦେଇ ଲାଇନବସ୍ତି ଓ ଧିରିକୁଟି ବସ୍ତିରେ ଶୋଭାଯାତ୍ରା ଶେଷ ହୋଇଥିଲା।

ରୋଡ୍‌ ସୋ’ ସମୟରେ ନିଜେ ବିଧାୟକ ଲୋକମାନଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଜେଡିର ମେୟର ଓ କର୍ପୋରେଟର୍‌ ପ୍ରାର୍ଥିନୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥଲେ। ଆଦିବାସୀ ସାହିରେ ବହୁ ସଂଖ୍ୟାରେ ମହିଳା ଓ ପୁ‌ରୁଷ ଆଦାବାସୀ ନୃତ୍ୟ କରି ସମସ୍ତଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe