ପିତାପଲ୍ଲୀ-ବାରଙ୍ଗ ରାସ୍ତା ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ

ପିତାପଲ୍ଲୀ-ବାରଙ୍ଗ ରାସ୍ତା ପ୍ରଶସ୍ତୀକରଣ ପାଇଁ ଉଚ୍ଛେଦ

ମେଣ୍ଢାଶାଳ: ପିତାପଲ୍ଲୀ-ବାରଙ୍ଗ ରାସ୍ତା ପ୍ରଶସ୍ତୀକରଣ ପାଇଁ ଆଜି ଗିରିଙ୍ଗାପୁଟ ଓ ମେଣ୍ଢାଶାଳ ବଜାରରେ କିଛି ଦୋକାନ ଘର ଉଚ୍ଛେଦ କରାଯାଇଛି। ବ୍ୟବସାୟୀମାନଙ୍କ ପ୍ରବଳ ବିରୋଧ ସତ୍ତ୍ବେ ୨ ଟି ବସ୍‌ଷ୍ଟାଣ୍ଡ ଘର, ୩ଟି ମନ୍ଦିରର ମୁଖଶାଳା,୧୧ଟି ଦୋକାନ ଓ ଗୋଟିଏ ଘରୋଇ ଗେଟ୍ ଭଙ୍ଗା ଯାଇଥିଲା। ଗଣ୍ଡଗୋଳ ଆଶଙ୍କାରେ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ନାଥ ବିଶ୍ୱାଳ ଏକ ପ୍ଲାଟୁନ ପୁଲିସ ଓ ମହିଳା ପୁଲିସ ବଳ ମୁତୟନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଚନ୍ଦକାଠାରୁ ପିତାପଲ୍ଲୀ ମଧ୍ୟରେ ଥିବା ସମସ୍ତ ଦୋକାନୀମାନଙ୍କୁ ଏକାଠି କରି ଏହି ଉଚ୍ଛେଦ ପାଇଁ ଆଲୋଚନା କରାଯାଇଥିଲା। ଦୋକାନୀମାନେ ୬ ମାସ ସମୟ ନେଇଥିଲେ। କିନ୍ତୁ ନିଜ ପକ୍ଷରୁ ଦୋକାନ ହଟାଇ ନଥିଲେ। ତେଣୁ ଆଜି ଉଚ୍ଛେଦ ସ୍କ୍ବାଡ୍‌ ଡାକବାଜି ଯନ୍ତ୍ରରେ ଦୋକାନ ବଜାର ଭାଙ୍ଗିବା ପାଇଁ ସୂଚନା ଦେଇଥିଲା। ତେବେ ମହାମାରୀ କରୋନା ସଂକଟବେଳେ ଏହି ଉଚ୍ଛେଦକୁ କିଛି ଦୋକାନୀ ବିରୋଧ କରିଥିଲେ। ଉତ୍ତେଜନା ଯୋଗୁଁ କିଛି ସମୟ ପାଇଁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଥିଲେ ହେଁ ପରେ ପୁଲିସର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ଦୋକାନ ଘର ଭଙ୍ଗା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe