ସଂପ୍ରସାରଣ ହେବ ରାସ୍ତା ଓ ନାଳ: ଲିଙ୍ଗିପୁର-ନୂଆଗାଁ ଛକ ଜବରଦଖଲ ଉଚ୍ଛେଦ

ଧଉଳି ଥାନା ଅଧୀନ ନୂଆଗାଁ ମ୍ୟୁନିସିପାଲିଟି ରାସ୍ତାରୁ ଶିଶୁପାଳଗଡ଼ ଇନ୍ଦିରା କଲୋନି ରାସ୍ତା ଓ ନାଳର ସଂପ୍ରସାରଣ ହେବ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାମ କରିବ। ଏ ନେଇ ଟେଣ୍ଡର୍‌ ସରିଥିବା ବେଳେ କାମ ଆରମ୍ଭ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ....

dgdgvcvcv

ଭୁବନେଶ୍ୱର: ଧଉଳି ଥାନା ଅଧୀନ ନୂଆଗାଁ ମ୍ୟୁନିସିପାଲିଟି ରାସ୍ତାରୁ ଶିଶୁପାଳଗଡ଼ ଇନ୍ଦିରା କଲୋନି ରାସ୍ତା ଓ ନାଳର ସଂପ୍ରସାରଣ ହେବ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାମ କରିବ। ଏ ନେଇ ଟେଣ୍ଡର୍‌ ସରିଥିବା ବେଳେ କାମ ଆରମ୍ଭ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଚିଠିକ୍ରମେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ ପକ୍ଷରୁ ଆଜି ସକାଳୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଥିଲା। ଲିଙ୍ଗିପୁର ପେଟ୍ରୋଲ ପମ୍ପ ଛକରୁ ନୂଆଗାଁ ପେ୍ଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏକାଧିକ ବ୍ୟକ୍ତିଗତ ଓ ବ୍ୟବସାୟିକ ଘର ଭଙ୍ଗାଯାଇଥିଲା। ୫ ଘଣ୍ଟା ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। 

ବିଡିଏ ଅଧିକାରୀଙ୍କ ସୂଚନା ମୁତାବକ, ୭ଟି କଂକ୍ରିଟ୍ ଘର, ୬ଟି ଦୋକାନଘର, ୨ଟି ପାହାଚ, ୧୬ଟି ହୋର୍ଡିଂ, ୬୦ ଫୁଟ ଷ୍ଟିଲ୍ ରେଲିଂ, ୨୦୦ ଫୁଟର ପାଚେରି, ୧୨ଟି ଟିଣ ଆଜବେଷ୍ଟସ୍ ଦୋକାନଘର ଭଙ୍ଗାଯାଇଛି। ୧୫୦ ଫୁଟ ଲୁହା ଗ୍ରିଲ୍, ଏକ ହୋଟେଲ ସହ ଏକ ନର୍ସରିର ୧୦୦ ଫୁଟ ବାଉଁଶ ବାଡ଼କୁ ହଟାଯାଇଛି। ଅପରପକ୍ଷେ ଏବେ ପାଣ୍ଡରାରେ ଉଚ୍ଛେଦ ଜାରି ରହିଛି। ଆଜି ବି ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍ ପାଣ୍ଡରା ଜମିରୁ ଜବରଦଖଲ ଉଚ୍ଛେଦ କରିଛନ୍ତି। ପ୍ରାୟ ୨.୬୦ ଏକର ସରକାରୀ ଜମି(ସାଧାରଣ ପ୍ରଶାସନ ବିଭାଗ)ମଧ୍ୟରୁ ପ୍ରାୟ ଦେଢ଼ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଆଜି ୧୨ଟି କଂକ୍ରିଟ୍ ଘର, ୨ଟି ଆଜବେଷ୍ଟସ୍ ଘର, ଏକ ଟିଣ ଘର ଉଚ୍ଛେଦ କରାଯାଇଛି। ଉଚ୍ଛେଦରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ଲିଆସନ୍ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଧଉଳି ଥାନା ଏସିପି କୃଷ୍ଣଚନ୍ଦ୍ର ପଲାଇ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରଶ୍ମିତା ନାୟକ, ଏସ୍‌ଡିଓ ସୁବାସ ବେହେରା ସାମିଲ୍ ଥିଲେ। ବିଡିଏ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍ ସହ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଦୁଇ ପ୍ଲାଟୁନ୍ ରିଜର୍ଭ ପୁଲିସ ଓ ୧ ସେକ୍ସନ୍ ମହିଳା ପୁଲିସ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe