ରିଲାଏନ୍ସ-ସ୍ମାର୍ଟ‌ରୁ ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ମାରଣାସ୍ତ୍ର ଜବତ

ନାବାଳିକାକୁ ମାଡ଼ ମାରି ଫିଙ୍ଗିଦେବା ମାମଲା: ଦମ୍ପତି ଗିରଫ

image source-times of india

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ପୁଲିସ୍‌ ରବିବାର ବିଳମ୍ବିତ ରାତିରେ ଏକ ଅପହରଣ ଉଦ୍ୟମ ପଣ୍ଡ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁର୍ବୃତ୍ତମାନେ ରବିବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଇସ୍କନ୍‌ ଆରପଟ ରାସ୍ତାରେ ଥିବା ରିଲାଏନ୍ସ-ସ୍ମାର୍ଟ‌ରେ ଡକାୟତି କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ମଲ୍‌ରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେଲ୍ସ-ବଏ ଦୋକାନର ସଟର୍‌ ବନ୍ଦ କରିଦେଇଥିଲେ। ଫଳରେ ଦୁର୍ବୃତ୍ତମାନେ ମଲ୍‌ ଭିତରେ ଫସି ଯାଇଥିଲେ।

ଖବର ପାଇ କିଛି କ୍ଷଣ ମଧ୍ୟରେ ନୂଆପଲ୍ଲୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସିନେମା ଷ୍ଟାଇଲରେ ଅଭିଯୁକ୍ତମାନଙ୍କୁ ଚାରିପଟୁ ଘେରି କାବୁ କରିଥିଲା। ପୁଲିସ୍‌ ସେମାନଙ୍କଠାରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଜବତ କରିଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe