Robbery gang: କମିସନରେଟ୍‌ ପୁଲିସ ପଞ୍ଝାରେ ଡକାୟତି ଗ୍ୟାଙ୍ଗ: କର୍ମଚାରୀଙ୍କୁ ଅପହରଣ କରି ୧୦ଲକ୍ଷ ଲୁଟିଥିଲେ

ଚାକିରିରୁ ତଡ଼ାଖାଇଲେ ବୋଲି ପ୍ରତିଶୋଧ ନେବାକୁ ଯାଇ ଡକାୟତି ଷଡ୍‌ଯନ୍ତ୍ର କଲେ। ବନ୍ଧୁକ ଦେଖାଇ ୨ କର୍ମଚାରୀଙ୍କୁ ଅପହରଣ କରି ନିସ୍ତୁକ ପିଟିଲେ। ପରେ ସଂସ୍ଥା ଅଫିସ୍‌ ଭିତରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟି  କର୍ମଚାରୀଙ୍କୁ ବାଥ୍‌ରୁମ୍‌ରେ ବନ୍ଧ କରି ଚମ୍ପଟ ମାରିଥିଲେ।

fshhffhxvb

ଭୁବନେଶ୍ବର: ଚାକିରିରୁ ତଡ଼ାଖାଇଲେ ବୋଲି ପ୍ରତିଶୋଧ ନେବାକୁ ଯାଇ ଡକାୟତି ଷଡ୍‌ଯନ୍ତ୍ର କଲେ। ବନ୍ଧୁକ ଦେଖାଇ ୨ କର୍ମଚାରୀଙ୍କୁ ଅପହରଣ କରି ନିସ୍ତୁକ ପିଟିଲେ। ପରେ ସଂସ୍ଥା ଅଫିସ୍‌ ଭିତରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟି  କର୍ମଚାରୀଙ୍କୁ ବାଥ୍‌ରୁମ୍‌ରେ ବନ୍ଧ କରି ଚମ୍ପଟ ମାରିଥିଲେ। ଆଜି କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରି ୮ଜଣଙ୍କୁ କାବୁ କରିବା‌ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁକରି ମାଷ୍ଟରମାଇଣ୍ଡ ପୁରୁଣା ଭୁବନେଶ୍ବର କାଞ୍ଚାସାହି ଅଞ୍ଚଳର ନିରଂଜନ ନନ୍ଦ ଓରଫ ରାଜା(୩୨) ଓ ବଡ଼ଗଡ଼ ବ୍ରିଟ୍‌ କଲୋନିର ରମାକାନ୍ତ ପାତ୍ର ଓରଫ ନିତୁ(୨୫),  ନୂଆପଲ୍ଲୀ ଶାସ୍ତ୍ରୀନଗର ଅଞ୍ଚଳର ହର୍ଷ ରାଉତ(୩୬), ଗଞ୍ଜାମ କୋଦଳା ଅଞ୍ଚଳର ସାଗର କୁମାର ସାହୁ ଓରଫ ବଳିଆ(୨୩), ପୁରୁଷୋତ୍ତମପୁର ଅଞ୍ଚଳର ବିପିନ ବେହେରା(୩୨), କାଳୁ ଚରଣ ପ୍ରଧାନ ଓରଫ କାଳିଆ(୩୯), ବିଶିକେସନ ସ୍ବାଇଁ (୪୦) ଓ କବିସୂର୍ଯ୍ୟନଗର ଅଞ୍ଚଳର ରାଜେନ୍ଦ୍ର ରାଉତ ଓରଫ  ଭୂତ(୩୦)କୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟର ନଗଦ ୭୦ ହଜାର ଟଙ୍କା, ଗୋଟିଏ କାର, ଖେଳନା ବନ୍ଧୁକ ଓ ୭ ମୋବାଇଲ୍‌ ଫୋନ୍‌ ଜବତ କରିଛି।

କର୍ମଚାରୀଙ୍କୁ ଅପହରଣ କରି ୧୦ଲକ୍ଷ ଲୁଟିଥିଲେ
୮ଗିରଫ, କାର ଓ ୭୦ ହଜାର ଟଙ୍କା ଜବତ

ସୂଚନା ମୁତାବକ, ଗତ ୩ ତାରିଖ ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ସମୟରେ ନୂଆପଲ୍ଲୀ ଏନ୍‌/୧୮୫ ଅଞ୍ଚଳରେ ଥିବା ଫର୍ଟିଜ୍‌ କେମିକାଲ୍ସର ମ୍ୟାନେଜର କୌଶଲ କୁମାର ସିଂହ ଅଫିସ୍‌ ଭିତରକୁ ପଶୁଥିବା ସମୟରେ ହଠାତ୍‌ ୨ଜଣ ଅଜଣା ବ୍ୟକ୍ତି ତାଙ୍କୁ ପିଛା କରି ଅଫିସ୍‌ ଗେଟ୍‌ରେ ପଶିଥିଲେ। କୌଶଲ ସେମାନଙ୍କୁ ପ୍ରଶ୍ନ କରିବାରୁ ସେମାନେ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇଥିଲେ। ଏତିକି କଥା ଭିତରେ ଉଭୟ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରି ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଆଉ ବନ୍ଧୁକ ଦେଖାଇ ବାହାରେ ଥିବା ଏକ ଧଳା କାର୍‌ରେ ବସିବାକୁ କହିଥିଲେ। ଭୟରେ କୌଶଲ କାର୍‌ ନିକଟକୁ ଯିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ୨ଜଣ ତାଙ୍କୁ ବଳପୂର୍ବକ କାର୍‌ରେ ବସାଇ କିଛିବାଟ ନେଇଯାଇଥିଲେ। ୪ଜଣ ଅପହର୍ତ୍ତା କାର୍‌ରେ ତାଙ୍କୁ ମାଡ଼ମାରି ଅଫିସ୍‌ରେ ଥିବା ଟଙ୍କା ବିଷୟରେ ପଚାରିଥିଲେ। ତଥ୍ୟ ସଂକ୍ରହ କରି ପୁଣି ଅଫିସ୍‌ ନିକଟକୁ ଆସି ତାଙ୍କୁ ଅଫିସ୍‌ ଭିତରକୁ ନେଇଥିଲେ। କୌଶଲ ଅଫିସ୍‌ ଭିତରେ ପଶିବା ବେଳକୁ ପୂର୍ବରୁ ଅନ୍ୟ ୩ଜଣ ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରି କେଉଁଠି କେଉଁଠି ଟଙ୍କା ଅଛି ଖୋଜିଥିଲେ। ସେମାନେ ମାସ୍କ ପିନ୍ଧିଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା। ଏହି ସମୟରେ ଅନ୍ୟ ଜଣେ କର୍ମଚାରୀ ମୋହିତ ମିଶ୍ର ଅଫିସ୍‌ରେ ପହଞ୍ଚିଥିଲେ। ଅପହର୍ତ୍ତାମାନେ ତାଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ଉଭୟ କୌଶଲ ଓ ମୋହିତଙ୍କୁ ମାଡ଼ମାରି ଏକ ବାଥ୍‌ରୁମ୍‌ ଭିତରେ ପୁରାଇ ଦେଇଥିଲେ। ଏହାପରେ ଅଫିସ୍‌ରୁ ୧୦ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। କିଛି ସମୟ ପରେ ମୋହିତ ଓ କୌଶଲ କବାଟ ଭାଙ୍ଗି ବାହାରକୁ ଆସିଥିଲେ। ମ୍ୟାନେଜର କେ ବାଲୁଙ୍କେଶ୍ବର ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସେ ନୂଆପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଖବରପାଇ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।

ଧରାଇଲା ଧଳା କାର
ଡିସିପି ଜଗମୋହନ ମୀନା ମାମଲାର ତଦନ୍ତ ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦେଇଥିଲେ। ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ପୁଲିସ ଏକ ଧଳାକାର୍‌କୁ ଠାବ କରିଥିଲା। କାର୍‌ ନମ୍ବର ଯାଞ୍ଚ ବେଳେ ତାହା ଗଞ୍ଜାମ ଜିଲ୍ଲା ନୂଆଗାଁ ଦୟାନିଧି ନାୟକଙ୍କ ବୋଲି ଜଣାପଡ଼ିଥିଲା। ପୁଲିସ ଦୟାନିଧୀଙ୍କ ସହ ଯୋଗାଯୋଗ ପରେ ସେ ତାଙ୍କ କାର୍‌କୁ କୋଳଥିଆ ଟଏଜ୍‌ ସେଲ୍ଫ ଡ୍ରାଇଭ୍‌ ସଂସ୍ଥାକୁ ଭଡ଼ାରେ ଦେଇଥିବା କହିଥିଲେ। ପୁଲିସ ସେଲ୍ଫ ଡ୍ରାଇଭ୍‌ ସଂସ୍ଥାରେ ପହଞ୍ଚି ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଯେ ଗତ ୩ ତାରିଖ ସନ୍ଧ୍ୟା ୬ଟା ୪୫ ସମୟରେ ହର୍ଷ ରାଉତ କାର୍‌କୁ  ଭଡ଼ାରେ ନେଇଥିଲା। ଆଉ ପରଦିନ ଅର୍ଥାତ ୪ ତାରିଖ  ସନ୍ଧ୍ୟା ୬ଟା ୪୫ରେ କାର୍‌ ଫେରାଇଥିଲା। ପୁଲିସ ହର୍ଷ ସମ୍ପର୍କରେ ତଥ୍ୟ ହାତାଇବା ପରେ ତାକୁ ନୂଆପଲ୍ଲୀ ଅଞ୍ଚଳରୁ ଗିରଫ କରିଥିଲା। ମାରାଥନ ଜେରା ବେଳେ ସେ ସବୁ ସତ ଓଗାଳିଥିଲା। 

ଚାକିରିରୁ ତଡ଼‌ା‌ଖାଇବାରୁ ଡକାୟତି ଷଡ଼ଯନ୍ତ୍ର
ଜେରା ବେଳେ ଜଣାପଡ଼ିଥିଲା ଯେ  ନିତୁ ଓ ରାଜା ଫର୍ଟିଜ୍‌ କେମିକାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଚାଳକ ଭାବେ କାମକରୁଥିଲେ। ବାରମ୍ବାର କାମରେ ଅବହେଳା ଯୋଗୁ କିଛିଦିନ ତଳେ ଉଭୟଙ୍କୁ ଚାକିରିରୁ ବାହାର କରାଯାଇଥିଲା। ପ୍ରତିଶୋଧ ନେବାକୁ ଡକାୟତି କରି ସର୍ବସ୍ବ ଲୁଟିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ହର୍ଷକୁ ସାମିଲ୍‌ କରିଥିଲେ। ତାକୁ ମୋଟା ଅଙ୍କର କମିସନ ଦେବାକୁ ‌ଡିଲ୍‌ କରିଥିଲେ। ଡିଲ୍‌ ହିସାବରେ ହର୍ଷ ଡକାୟତିରେ ଗଞ୍ଜାମ ଗ୍ୟାଙ୍ଗକୁ ସାମିଲ୍‌ କରିବାକୁ ପ୍ରସ୍ତାବ ଦେଇଥିଲା। ସମସ୍ତ ଯୋଜନା ପରେ କେବଳ ସୁଯୋଗକୁ ଅପେକ୍ଷା କରିଥିଲେ। ୩ ତାରିଖ ଦିନ ଲୁଟିଥ‌ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe