ଡକାୟତି ଯୋଜନା ପଣ୍ଡ, ୪ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଅନ୍ତର୍ଗତ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୪ ଦୁର୍ବୃତ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ, ଲିଙ୍ଗରାଜ ଥାନା ଅଞ୍ଚଳ ହରଚଣ୍ଡୀ ସାହିର ରାଜେଶ ମହାପାତ୍ର(୪୮), ଚେମେଡି ସାହିର ଦେବୀ ପ୍ରସାଦ ଭୋଇ(୨୦), ରୁଦ୍ର ଭୋଇ(୨୨) ଓ କପିଳେଶ୍ୱର ଦଣ୍ଡା ସାହିର ସୂରଜ ମହାପାତ୍ର (୨୬)। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଭୁଜାଲି, ଦୁଇ ପ୍ୟାକେଟ୍‌ ଲଙ୍କାଗୁଣ୍ଡ, ଗୋଟିଏ ଲୁହାରଡ୍‌ ଓ ୪ଟି ଖାଲି ମଦ ବୋତଲ ଜବତ ହୋଇଛି।

ସୂଚନା ଅନୁସାରେ, ଆଜି ସଂଧ୍ୟାରେ ମାର୍କେଟ୍‌ କଂପ୍ଲେକ୍ସ ନିକଟରେ ୫ଜଣ ଅସାମାଜିକ ବ୍ୟକ୍ତି ମଦ ପିଇବା ସହ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଛନ୍ତି ବୋଲି ପାଟ୍ରୋଲିଂରତ ଲିଙ୍ଗରାଜ ଥାନା ପିସିଆର୍‌କୁ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ୍‌ ସେଠାରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରି ପୁଲିସ୍‌ ତଦନ୍ତ ଚଳାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଅପରପକ୍ଷେ ଖସି ଯାଇଥିବା ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ୍‌ ରାତିଅଧିଆ ଚଢ଼ଉ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe