ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ରାତିଅଧରେ ଫେରୁଥିବା ରେଳଯାତ୍ରୀଙ୍କୁ ଟାର୍ଗେଟ୍‌ କରି ଡକାୟତି ପାଇଁ ଯୋଜନାକୁ କ୍ୟାପିଟାଲ୍‌ ଥାନା ପୁଲିସ ପଣ୍ଡ କରିଛି। ଗ୍ୟାଙ୍ଗ୍‌ର ୪ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍‌-୫...

Untitled-5

ଭୁବନେଶ୍ବର: ରାତିଅଧରେ ଫେରୁଥିବା ରେଳଯାତ୍ରୀଙ୍କୁ ଟାର୍ଗେଟ୍‌ କରି ଡକାୟତି ପାଇଁ ଯୋଜନାକୁ କ୍ୟାପିଟାଲ୍‌ ଥାନା ପୁଲିସ ପଣ୍ଡ କରିଛି। ଗ୍ୟାଙ୍ଗ୍‌ର ୪ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍‌-୫ କେଶରୀନଗରର ଅଞ୍ଚଳର ବରୁଣ ମାଝୀ(୩୨), ରାଜେଶ ପ୍ରଧାନ ଓରଫ ବାବୁ(୨୪), ୟୁନିଟ୍‌-୩ ମସ୍‌ଜିଦ୍‌ କଲୋନିର ସେକ୍‌ ମୁସ୍ତାକିନ୍‌(୨୩) ଓ ସେକ୍‌ ଆବୁବକ୍‌ର(୨୩)। ପୁଲିସ ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି। 

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ କ୍ୟାପିଟାଲ୍‌ ଥାନା ପୁଲିସର ପାଟ୍ରୋଲିଂ ଟିମ୍‌କୁ ଖବର ମିଳିଥିଲା ଯେ ବିଳମ୍ବିତ ରାତିରେ ଷ୍ଟେସନ୍‌ରୁ ଫେରୁଥିବା ଯାତ୍ରୀଙ୍କଠାରୁ  ଲୁଟ୍‌ପାଟ ପାଇଁ ବରୁଣ ଓ ବାଦଲ ନାୟକଙ୍କ ନେତୃତ୍ୱରେ ଏକ ଗ୍ୟାଙ୍ଗ୍‌ ଅସ୍ତ୍ରଶସ୍ତ୍ର ସହ କଂଗ୍ରେସ ଭବନ ନିକଟରେ ଥିବା ଏକ ଘର ପଛପଟେ ଏକତ୍ରିତ ହୋଇଛନ୍ତି।  ଖବରପାଇ ପାଟ୍ରୋଲିଂରେ ଥିବା ଏସ୍ଆଇ ଏନ୍ ବେହେରା ଓ ତାଙ୍କ ଟିମ୍‌ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢାଉ କରି ୪ଜଣଙ୍କୁ କାବୁ କରିଥିବା ବେଳେ ବାଦଲ ଖସିଯିବାରେ ସକ୍ଷମ ହୋଇଛି। ପୁଲିସ ଆଜି ୪ଜଣଙ୍କୁ  କୋର୍ଟ ଚାଲାଣ କରିଛି। ତେବେ ପୂର୍ବରୁ ଅଭିଯୁକ୍ତ ବରୁଣ ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ୬ଟି ଅପରାଧିକ ମାମଲା ଥିବା ବେଳେ ରାଜେଶ ନାଁରେ ୩ଟି, ମୁସ୍ତାକିନ୍ ୧୨ଟି ଓ ଅବୁବାକର ନାଁରେ ୧୦ଟି ମାମଲା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe