ରାଜଧାନୀର ୩୦ ସ୍କୁଲରେ ରୋବୋଟିକ୍ସ ଶିକ୍ଷା

ରାଜଧାନୀର ୩୦ ସ୍କୁଲରେ ରୋବୋଟିକ୍ସ ଶିକ୍ଷା

avcj.com

ଚନ୍ଦ୍ରଶେଖରପୁର: ଓଡ଼ିଶାର ଷ୍ଟାର୍ଟଅଫ୍‌ କମ୍ପାନି ‘ସ୍ୟାକ୍‌ ରୋବୋଟିକ୍ସ’ ପକ୍ଷରୁ ଏବେ ଭୁବନେଶ୍ବରର ୬ଟି ଘରୋଇ ଓ ଗୋଟିଏ ସରକାରୀ ବିଦ୍ୟାଳୟରେ ରୋବୋଟିକ୍ସ ଶିକ୍ଷା ଦିଆଯାଉଛି। ଚଳିତ ଶିକ୍ଷାବର୍ଷରେ ରାଜଧାନୀର ଆଉ ୩୦ଟି ଘରୋଇ ବିଦ୍ୟାଳୟରେ ରୋବୋଟିକ୍ସ ଶିକ୍ଷା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୟାକ୍‌ ରୋବୋଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ସିଇଓ ସାକ୍ୟସି˚ହ ମହାପାତ୍ର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି, ଏବେ ସୁଦ୍ଧା ଦେଶରେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ରୋବୋଟିକ୍ସ ଶିକ୍ଷା ପ୍ରଦାନ କରାଯାଇଛି। ରୋବୋଟିକ୍ସ କ୍ଷେତ୍ରରେ ଭାରତରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୟାକ୍‌ ରୋବୋଟିକ୍ସ ସାରା ଦେଶରେ ୬୬ଟି ସ୍କୁଲ ଓ କଲେଜରେ ୧୭ ହଜାର ୪୬୮ଛାତ୍ରଛାତ୍ରୀଙ୍କୁ ରୋବୋଟିକ୍ସ ଶିକ୍ଷା ପ୍ରଦାନ କରୁଛି। ଓଡ଼ିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ରୋବୋଟିକ୍ସ ଶିକ୍ଷା ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe