ଆଜି ମୁକ୍ତିଲାଭ କରିବ ‘ରୋମିଓ ରାଜା’

Advertisment
ଆଜି ମୁକ୍ତିଲାଭ କରିବ ‘ରୋମିଓ ରାଜା’

ଭୁବନେଶ୍ବର: ଓଲିଉଡ୍‌ ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ରୋମିଓ ରାଜା’ ଆସନ୍ତାକାଲି (ଶୁକ୍ରବାର) ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁଁ ପାଖାପାଖି ୧୦ ମାସ ଧରି ସିନେମା ହଲ୍‌ଗୁଡ଼ିକ ବନ୍ଦ ରହିବା ପରେ କିଛି ଦିନ ତଳେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବାକୁ ଅନୁମତି ପାଇଛି। ଏପରି ଅବସ୍ଥାରେ ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଥିବା ‘ରୋମିଓ ରାଜା’ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି।

ଚଳଚ୍ଚିତ୍ର‌ ଜରିଆରେ ଅମ୍ଳାନ୍ ଓ ତମନ୍ନାଙ୍କୁ ପ୍ରଥମଥର ପାଇଁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ସେହିପରି ଖଳନାୟକ ଭୂମିକାରେ ଦୀପକ ମହାରଣାଙ୍କୁ ଦେଖିବାକୁ ମିଳିବ। ହାସ୍ୟାଭିନେତା ହରି ମହାପାତ୍ର ଓ ବାବୁ ପ୍ରଧାନ, ଶିବା, ଜ୍ଞାନ ପଲେଇ, ତପନ, ରାଜଲକ୍ଷ୍ମୀ ଓ ପପୁ ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସୁଶାନ୍ତ କୁମାର ପଣ୍ଡା ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ରାକେଶ ସାମଲ। ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ। ଏଥିରେ ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ସୁବ୍ରତ ସ୍ବାଇଁ ଓ ସୁବୋଧ ଦାସ ଗୀତ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅସୀମା ପଣ୍ଡା ଓ ଗୀତିଶ୍ରୀ ସରୋଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe