କାଳବୈଶାଖୀଜନିତ ବର୍ଷା ବେଳେ ବଜ୍ରାଘାତରେ ଛାତ ଫାଟିଗଲା

Advertisment
କାଳବୈଶାଖୀଜନିତ ବର୍ଷା ବେଳେ ବଜ୍ରାଘାତରେ ଛାତ ଫାଟିଗଲା

ଭୁବନେଶ୍ବର : ଶନିବାର ଦିନ କାଳବୈଶାଖୀଜନିତ ବର୍ଷା ବେଳେ ବଜ୍ରାଘାତରେ ବିଏମ୍‌ସି ୱାର୍ଡ ନମ୍ବର-୪ ଅଧୀନ ବଙ୍ଗୁଆରୀ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅକ୍ଷୟ କୁମାର ସାହୁଙ୍କ ଘରର ଛାତ ଫାଟି ଯାଇଥିବା ବେଳେ ସୌଭାଗ୍ୟକୁ ପରିବାର ଲୋକେ ବଡ଼ଧରଣର ବିପତ୍ତିରୁ ବର୍ତ୍ତି ଯାଇଛନ୍ତି। ଗାଁର ବହୁ ଲୋକଙ୍କ ଘରେ ଟିଭି, ଫ୍ୟାନ୍‌ ଆଦି ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଛି।

ଅକ୍ଷୟଙ୍କ କହିବା କଥା ରାତି ପ୍ରାୟ ୮ଟା ବେଳେ ମେଘ ଘୋଟି ଆସିଲା। ବର୍ଷା, ପବନ ହେବାରୁ ଲାଇନ୍‌ କଟିଗଲା। କିନ୍ତୁ ହଠାତ୍ ଏକ ବଜ୍ରାଘାତରେ ସମଗ୍ର ଗାଁ ଥରିଉଠିଥିଲା। କେଇ ମୁହୂର୍ତ୍ତ ପାଇଁ କେହି କିଛି ବୁଝିପାରିନଥିଲେ। ସମସ୍ତଙ୍କୁ ଲାଗୁଥିଲା ବିଜୁଳି ସେମାନଙ୍କ ପାଖରେ ପଡ଼ିଛି। ତେବେ ତାଙ୍କ ଛାତରୁ ପାଣି ଗଳି ଘରେ ବହିବା ପ‌ରେ ସେ ଜାଣିବାକୁ ପାଇଥିଲେ ଯେ ବଜ୍ରାଘାତ ତାଙ୍କ ଛାତ ଉପରେ ହୋଇଥିଲା। ଫଳରେ ଛାତ କଣା ହୋଇଯାଇଥିବା ବେଳେ ଉକ୍ତ ରୁମ୍‌ର ଝରକା ବି ଭାଙ୍ଗି ଯାଇଥିଲା। ଘଟଣା ଜଣାପଡ଼ିବା ପରେ ପାଖ ପଡ଼ୋଶୀମାନେ ତାଙ୍କ ଘରକୁ ଧାଇଁଥିଲେ। ଭଗବାନ ତାଙ୍କ ପରିବାରକୁ ବଞ୍ଚାଇ ଦେଇଛନ୍ତି ବୋଲି ଅକ୍ଷୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe