ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ରକୋର୍ଟ (ପୋକ୍‌ସୋ) ବିଚାରପତି ପି. ସୁରିୟା ରାଓ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଦ୍ୟତନ ହୋଇଛି
court

ରାଉରକେଲା: ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ରକୋର୍ଟ (ପୋକ୍‌ସୋ) ବିଚାରପତି ପି. ସୁରିୟା ରାଓ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୫ ଜଣ ସାକ୍ଷୀଙ୍କ ବୟାନ ଓ ୨୭ଟି ଦସ୍ତାବିଜ୍‌ ବିଚାରକୁ ନେଇ ବିଚାରପତି ଏହି ରାୟ ଶୁଣାଇଛନ୍ତି। ଦୁଷ୍କର୍ମକାରୀ ହେଲା ଦିପୁ କୁମାର ଦେ’।

ଏହି ଖବର ପଢ଼ନ୍ତୁ: ଶିମିଳିପାଳରୁ ଝାଡ଼ଖଣ୍ଡରେ ପହଞ୍ଚିଥିଲା ଜିନ୍ନତ୍‌

ବିଚାରପତି ୩୧୪ ଦଫାରେ ୭ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।  ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି। ୨୭୬(୨)(୩) ସହ ୬ (ପୋକ୍‌ସୋ) ଦଫାରେ ଅଭିଯୁକ୍ତ ଦୀପୁକୁମାରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଉଭୟ ଦଣ୍ଡ ଏକାସାଙ୍ଗରେ ଲାଗୁହେବ। ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ଏହି ମାମଲା ପରିଚାଳନା କରୁଥିଲେ।

ରାଉରକେଲାର ଜଣେ ନାବାଳିକାକୁ ଅଭିଯୁକ୍ତ ଦିପୁକୁମାର ଦୁଷ୍କର୍ମ କରିଥିଲା। ନାବାଳିକା ୩ ମାସର ଗର୍ଭବତୀ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଓ ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଗତ ୨୦୧୬ ମାର୍ଚ୍ଚ ୩ରେ ଏ ସଂକ୍ରାନ୍ତରେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଦିପୁକୁମାରକୁ ଗିରଫ କରି‌ କୋର୍ଟଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe