ରୋଟାରି କ୍ଲବ୍ ଭୁବନେଶ୍ବର ତୋଷାଳି ଆୱାର୍ଡ ୨୦୧୯, ‘ଚଳେଇ ନେବାର ମନୋବୃତ୍ତି ଉତ୍କର୍ଷର ବାଧକ’

Advertisment

ଦେବାରେ ଅସୀମ ଆନନ୍ଦ ଥାଏ

ଦେବାରେ ଅସୀମ ଆନନ୍ଦ ଥାଏ

ରୋଟାରି କ୍ଲବ୍ ଭୁବନେଶ୍ବର ତୋଷାଳି ଆୱାର୍ଡ ୨୦୧୯, ‘ଚଳେଇ ନେବାର ମନୋବୃତ୍ତି ଉତ୍କର୍ଷର ବାଧକ’

ଚନ୍ଦ୍ରଶେଖରପୁର: ଚଳେଇ ନେବାର ମନୋବୃତ୍ତି ଉତ୍କର୍ଷର ବାଧକ। ଗଣତନ୍ତ୍ର‌‌‌ରେ ଧୁଆମୂଳା ଓ ଅଧୁଆମୂଳା ମଧ୍ୟରେ ଫରକ୍‌ ରହୁନଥିବାରୁ ଏହା ଦେଶର ବିକାଶରେ ବାଧକ ସାଜୁଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ‘ରୋଟାରି କ୍ଲବ୍ ଭୁବନେଶ୍ବର ତୋଷାଳି ଆୱାର୍ଡ ୨୦୧୯’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି। ରୋଟାରିଆନ୍ ଓ ଦର୍ଶକମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିବା ପାଇଁ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ମନରେ କୁଣ୍ଠାବୋଧ ନରଖି ସ୍ବେଚ୍ଛାକୃତ ଭାବେ ମୁକ୍ତ ମନରେ ଦାନ କରିବା ଆବଶ୍ୟକ। ତାହା ଖାଦ୍ୟ, ବସ୍ତ୍ର, ସେବା ହେଉ ଅବା ରକ୍ତ। ଦେବାର ମନୋବୃତ୍ତି ଅପଣାଇଲେ ଦାତା ଅସୀମ ଆନନ୍ଦ ଭୋଗ କରିପାରିବ। ଏହା ରକ୍ତଦାତା, ରକ୍ତ ଗ୍ରହଣକାରୀ ଓ ସଂଯୋଜକ ୩ଜଣଙ୍କୁ ଆନନ୍ଦ ଦେଇପାରିବ ବୋଲି ସେ କହିଥିଲେ। ୩୨୬୨ ରୋଟାରି କ୍ଲବ୍ ଭୁବନେଶ୍ବର ତୋଷାଳି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମଜସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ବ୍ୟକ୍ତିବିଶେଷଙ୍କୁ ସିଟିଜେନ୍ ଆୱାର୍ଡ-୨୦୧୯ ପ୍ରଦାନ କରାଯାଇଥିଲା।

ଏହି ଅବସରରେ କ୍ଲବ୍‌ର ଜିଲ୍ଲା ଗଭର୍ଣ୍ଣର ଭବାନୀ ପ୍ରସାଦ ଚୌଧୁରୀ, ସଭାପତି ରୋଟାରିଆନ୍ ଯୋଗନେଶ୍‌ ମହାପାତ୍ର, ସଂପାଦକ ରୋଟାରିଆନ୍ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ। ୩୨ଜଣଙ୍କୁ କ୍ରୀଡ଼ା, ସମାଜସେବା, ସାମ୍ବାଦିକତା, ମନୋରଞ୍ଜନ, ପରିବେଶ ଓ ଶିକ୍ଷା କ୍ଷ୍ରେତରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe