ଭୁବନେଶ୍ବର: ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର କନ୍ଫ୍ଲୁଏନ୍ସର ୧୫ତମ ଅଧିଷ୍ଠାନ ଦିବସ ହୋଟେଲ ପ୍ରେସିଡେନ୍ସିଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତପନ କୁମାର ଚାନ୍ଦ ଯୋଗ ଦେଇ କ୍ଲବ୍ର ବିଭିନ୍ନ ସାମାଜିକ କାର୍ଯ୍ୟକୁ ପ୍ରଂଶସା କରିଥିଲେ। ଏହି ଅବସରରେ ‘ଦି କନ୍ଫ୍ଲୁଏନ୍ସ ସଗମ’ ପତ୍ରିକା ଲୋକାର୍ପିତ ହୋଇଥିଲା। ପୂର୍ବତନ ସଭାପତି ବିଦ୍ୟୁତ୍ କୁମାର ସେଠୀଙ୍କଠାରୁ ସଭାପତି ସୌଭିକ୍ ସିଂଘା ଚାର୍ଟର ଗ୍ରହଣ କରିଥିଲେ।
ସେହିପରି ପୂର୍ବତନ ସଂପାଦକ ଅଂଶୁମାନ ରଥଙ୍କଠାରୁ ରୁଦ୍ରପ୍ରସନ୍ନ ହୋତା ଦାୟିତ୍ବ ଗ୍ରହଣ କରିଥିଲେ। ନୂତନ ସଦସ୍ୟ ଭାବେ ଅରବିନ୍ କୁମାର, ନେହା ମହାନ୍ତି, ଅଙ୍କିତ୍ ମିଶ୍ର ଓ ଶୈଳନ୍ଦ୍ର କୁମାର ବେହେରା ଅଧିଷ୍ଠିତ ହୋଇଥିଲେ। କାର୍ଯ୍ୟକ୍ରମରେ କୈଳାସ କାନୁନ୍ଗୋ, ଶିବବ୍ରତ ଦାସ, ବିଷ୍ଣୁଚରଣ ସାହୁ, ଭକ୍ତ ଚରଣ ମହାନ୍ତି, ଅଶୋକ ସାମଲ, ଦିଲ୍ଲୀପ ପଟ୍ଟନାୟକ, ରବୀନ୍ଦ୍ରନାଥ ସାହୁ, ଦେବଯାନୀ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନୀଳାଚଳ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ କାଳିକିଙ୍କର ସେନାପତି ଧନ୍ୟବାଦ ଦେଇଥିଲେ।
Follow Us