ଭୁବନେଶ୍ୱର: ରୋଟାରି ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ-୩୨୬୨ ପକ୍ଷରୁ ୧୩୦ତମ ‘ରୋଟାରି ଦିବସ’ କାର୍ଯ୍ୟକ୍ରମ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ହରେକୃଷ୍ଣ ଶତପଥୀ ଯୋଗଦେଇ ସାମାଜିକ କାର୍ଯ୍ୟରେ ରୋଟାରି କ୍ଲବ୍ର ଅବଦାନକୁ ପ୍ରଶଂସା କରିଥିଲେ। ରୋଟାରି ଗଭର୍ଣ୍ଣର୍ ଅଜୟ ଅଗ୍ରଓ୍ଵାଲ ଅତିଥି ଭାବେ ଯୋଗ ଦେଇ କହିଥିଲେ, ରୋଟାରି ଏକ ବିଚାରଧାରା। ୧୧୩ ବର୍ଷ ପୂର୍ବରୁ ଚିକାଗୋରେ ଏହାର ପ୍ରତିଷ୍ଠା ହୋଇଥିଲା। ସେବା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ। ରୋଟାରିଆନଙ୍କ ପ୍ରଚେଷ୍ଟାରେ ସାରା ବିଶ୍ୱ ପୋଲିଓ ମୁକ୍ତ ହୋଇଛି। ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ଏହା ସର୍ବଦା କାର୍ଯ୍ୟ କରିବ। ପୂର୍ବତନ ରୋଟାରି ଗଭର୍ଣ୍ଣର୍ ନରେନ୍ଦ୍ର ମିଶ୍ର ଓ ରବି ନାରାୟଣ ନନ୍ଦ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ରୋଟାରିର ଅଧ୍ୟକ୍ଷ ଅଶୋକ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଜୟଶ୍ରୀ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଶିଳ୍ପଗୁରୁ ପ୍ରଭାକର ମହାରଣା, ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ କର ଓ ରୂପା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରତି ରୋଟାରିଆନ୍ ସେବା ପାଇଁ ସମର୍ପିତ
Advertisment
Follow Us