ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱରସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ରୟାଲ୍ କଲେଜ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜ୍ ଚେୟାରମ୍ୟାନ୍ ବିଷ୍ଣୁମୋହନ ମହାନ୍ତିଙ୍କ ପୌରୋହିତରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ କଲେଜ୍ର ବାର୍ଷିକ ମଖପତ୍ର ‘ଦି ଏଲାନ୍ ଭାଇଟାଲ୍’ ଉନ୍ମୋଚିତ ହୋଇଥିଲା। ପୂର୍ବତନ ନିର୍ଦେଶକ ଡ.ଅମୂଲ୍ୟକୁମାର ପଣ୍ଡା, ଡ.କାର୍ତିକ ଚନ୍ଦ୍ର ଦାଶ, ଡ.ଆର ପି ରୁଥ୍ ଡ.ଦ୍ୱାରିକା ନାଥ ନାୟକ, ପଦ୍ମଲୋଚନ ଦାଶ ଅତିଥିଭାବେ ଯୋଗଦେଇ କଲେଜର କୃତୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଉତ୍ସବ ଶେଷରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱରା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us