ଷ୍ଟେସନ୍‌ରେ ଆର୍‌ପିଏଫ୍‌ର ଫ୍ଲାଗ୍‌ମାର୍ଚ୍ଚ: ୭ ଜଣଙ୍କୁ ଅଟକ ରଖି ପଚରାଉଚରା

ପହଲଗାମ୍‌ରେ ଆତଙ୍କୀ ଆକ୍ରମଣ ପରେ ଏବେ ସାରା ଦେଶର ରେଳଷ୍ଟେସନଠାରୁ ଆରମ୍ଭ କରି ବିମାନବନ୍ଦର ସବୁଠି ହାଇଆଲର୍ଟ ଜାରି କରାଯାଇଛି। ଏହି କ୍ରମରେ  ଭୁବନେଶ୍ବର ରେଳଷ୍ଟେସନରେ ଆର୍‌ପିଏଫ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।

fggbvbv

ଭୁବନେଶ୍ବର: ପହଲଗାମ୍‌ରେ ଆତଙ୍କୀ ଆକ୍ରମଣ ପରେ ଏବେ ସାରା ଦେଶର ରେଳଷ୍ଟେସନଠାରୁ ଆରମ୍ଭ କରି ବିମାନବନ୍ଦର ସବୁଠି ହାଇଆଲର୍ଟ ଜାରି କରାଯାଇଛି। ଏହି କ୍ରମରେ  ଭୁବନେଶ୍ବର ରେଳଷ୍ଟେସନରେ ଆର୍‌ପିଏଫ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଆର୍‌ପିଏଫ୍‌ କର୍ମଚାରୀ ମାଇକ୍‌ ଲଗାଇ ପ୍ରଚାର କରି ପ୍ରତି ପ୍ଲାଟ୍‌ଫର୍ମରେ ବୁଲିବୁଲି ଯାତ୍ରୀଙ୍କୁ ସଚେତନ କରୁଛନ୍ତି। ଯଦି କେହି ସନ୍ଦିଗ୍ଧ ନଜରକୁ ଆସନ୍ତି ବା କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଲାଗେ, ଭୟନକରି ତୁରନ୍ତ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ଜଣାବା ସହ ଜିଆର୍‌ପି କିମ୍ବା ଆର୍‌ପିଏଫ୍‌ ଥାନାରେ ଖବରଦେବାକୁ ସଚେତନ କରାଯାଇଛି। କେବଳ ଲୋକଙ୍କୁ ସଚେତନ କରାଯାଉନାହିଁ,ଷ୍ଟେସନର ସୁରକ୍ଷାକୁ ବଢ଼ାଇଦିଆଯାଇଛି।  ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଷ୍ଟେସନ ବାହାରେ ଓ ଭିତରେ ପ୍ରତିଦିନ ୩ପ୍ଲାଟୁନ୍‌ ଫୋର୍ସ ମୁତୟନ ରହି ସ୍ଥିତି ଉପରେ ନଜର ରଖିଛିନ୍ତି। ୨୪ ଘଣ୍ଟିଆ ପଇଁନ୍ତରା ମାରିବା ସହ ସିସିଟିଭି ମାଧ୍ୟମରେ ମଧ୍ୟ ନଜର ରଖାଯାଇଛି ବୋଲି ଆର୍‌ପିଏଫ୍‌ ପକ୍ଷରୁ  ସୂଚନା ଦିଆଯାଇଛି।

ଭୁବନେଶ୍ବର: ପୁଲିସ ସହ ଏସ୍‌ଟିଏଫ୍‌ ଆଜି ରେଳଷ୍ଟେସନ୍‌ରେ ଯାଞ୍ଚ ବେଳେ ୭ ଜଣ ସନ୍ଦିଗ୍ଧଙ୍କୁ ଧରିଛି। ସେମାନଙ୍କ ଗତିବିଧି ସନ୍ଦେହଜନକ ଥିବାରୁ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।  ସେମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ସେମାନଙ୍କ ପାଖରେ କୌଣସି ପରିଚୟପତ୍ର ନଥିଲା। ସେମାନେ ବାଂଲାଦେଶୀ ହୋଇପାରନ୍ତି ବୋଲି ସନ୍ଦେହ କରି ପୁଲିସ ଖୋଳତାଡ଼ କରୁଛି। ରେଳଷ୍ଟେସନ୍‌ରେ ହାଇଆଲର୍ଟ ଜାରି କରାଯାଇଥିବାରୁ  ସନ୍ଦେହଜନକ ବସ୍ତୁ, ବ୍ୟାଗ୍‌, ପ୍ୟାକେଟ୍‌ଗୁଡିକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି। ସନ୍ଦେହ ହେଲେ ଯାତ୍ରୀଙ୍କୁ ପଚରାଉଚରା କରାଯାଇ ସେମାନଙ୍କ ପାଖରେ ଥିବା ପ୍ରମାଣପତ୍ରକୁ ପରଖିବା ପରେ ଛଡ଼ାଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଓଡ଼ିଶାରେ ହାଇଆଲର୍ଟ ଜାରି ହୋଇଛି। ଜନସାଧାରଣଙ୍କ  ସୁରକ୍ଷା ଓ ଅନ୍ତଃରାଜ୍ୟ ପର୍ଯଟକଙ୍କ ଗତିବିଧି ରହୁଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ସତର୍କତା ଅବଲମ୍ବନ କରିବାକୁ  ଗୁଇନ୍ଦା ନିର୍ଦ୍ଦେଶ ରହିଛି। ଏହାକୁ ଆଖିଆଗରେ ରଖି ଜନଗହଳିପୂର୍ଣ  ପର୍ଯ୍ୟଟନସ୍ଥଳୀ, ରେଳଷ୍ଟେସନ, ମାର୍କେଟ୍‌ ଅଞ୍ଚଳ, ହୋଟେଲ ଉପରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe