ଭୁବନେଶ୍ବର : ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେବା ପରେ ଲୋକଙ୍କ ମଧ୍ୟ ମଦ ପାଇବା ପାଇଁ କସରତ ଆରମ୍ଭ ହୋଇଯାଇଛି। ଏହାର ସୁଯୋଗ ନେଇ ସାଇବର୍ ଅପରାଧୀ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଲୋକଙ୍କୁ ଲୁଟିବା ପାଇଁ ଜାଲ ବିଛାଇବା ଆରମ୍ଭ କରିଛନ୍ତି। ଆଜି ଏଭଳି ଏକ ଠକେଇର ଶିକାର ହୋଇଛନ୍ତି ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ଅଞ୍ଜନ ବାରିକ। ଏନେଇ ସେ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫେସ୍ବୁକ୍ରେ ଦିଆଯାଇଥିବା ଏକ ନକଲି ବିଜ୍ଞାପନ ମୋହରେ ପଡ଼ି ସେ ୧ ଲକ୍ଷ ୩୬ ହଜାର ୫ଶହ ଟଙ୍କା ହରାଇଛନ୍ତି।
peteearley.comଆଜିଠାରୁ ଅଞ୍ଜନ ଫେସ୍ବୁକ୍ ଖେଳାଉଥିବା ବେଳେ ଏକ ବିଜ୍ଞାପନ ତାଙ୍କ ନଜରକୁ ଆସିଥିଲା। ଭୁବନେଶ୍ବରର ଏକ ମଦ ଦୋକାନର ନାମ ଉକ୍ତ ବିଜ୍ଞାପନରେ ଦିଆଯାଇଥିଲା। ଏହି ଦୋକାନରୁ ମଦ ପାଇବା ପାଇଁ ଯୋଗାଯୋଗ କରିବା ପାଇଁ ଏକ ମୋବାଇଲ ନମ୍ବର ଦିଆଯାଇଥିଲା। ସେ ତୁରନ୍ତ ସେହି ନମ୍ବରରେ ଯୋଗାଯୋଗ କରିଥିଲେ। ତେବେ ଅପରପାର୍ଶ୍ବରେ ଫୋନ୍ ଧରିଥିବା ଠକ ପ୍ରଥମେ ତାଙ୍କୁ ‘ଫୋନ୍ ପେ’ ଜରିଆରେ ୨ଶହ ଟଙ୍କା ଜମା କରିବା ପାଇଁ କହିଥିଲା। ପରେ ପରେ ଫୋନ୍ ପେ’ର ଏକ ବାର୍କୋଡ୍ ପଠାଇ ସ୍କାନ୍ କରିବାକୁ କହିଥିଲା। ଅଞ୍ଜନ ସ୍କାନ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୪ ଦଫାରେ ୧ ଲକ୍ଷ ୩୬ ହଜାର ୫ଶହ ଟଙ୍କା କଟି ଯାଇଥିଲା। ଏହା ଜାଣିବା ପରେ ଅଞ୍ଜନଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ପରେ ସେ ଏନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ଏଭଳି ଅଭିଯୋଗ ହୋଇଥିଲା। ଠକ ମିଛ ବିଜ୍ଞାପନ କରି ଏଭଳି ଠକି ନେଉଥିବା ନେଇ ୧୫ରୁ ଊର୍ଦ୍ଧ୍ବ ଗ୍ରାହକ ରାଜଧାନୀର ବିଭିନ୍ନ ଥାନାରେ ଏତଲା ଦେଇଥିଲେ। ଠକ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକି ନେଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେଣୁ ସରକାର ଗତକାଲି ଅନ୍ଲାଇନ୍ରେ ମଦ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ସୁଯୋଗ ଭାବି ପୁଣିଥରେ ସାଇବର୍ ଅପରାଧୀ ନକଲି ବିଜ୍ଞାପନ କରି ଲୋକଙ୍କୁ ଲୁଟିବାକୁ ଜାଲ ବିଛାଇଛି।
ଏ ନେଇ ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଯେଉଁମାନେ ମଦ ଅନ୍ଲାଇନ୍ରେ ଯୋଗାଇବେ, ସେମାନଙ୍କର ମୋବାଇଲ ନମ୍ବର ଓଏସ୍ବିସି ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ଏହି ନମ୍ବର ବିନା ଅନ୍ୟ କୌଣସି ଉପାୟରେ ମଦ ପାଇବା ପାଇଁ ଅନ୍ଲାଇନ୍ରେ ଆଗୁଆ ଅର୍ଥ ପୈଠ କରନ୍ତୁ ନାହିଁ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
Follow Us