ଚାକିରି କରାଇଦେବ କହି ଯୁବତୀଙ୍କଠାରୁ ୧୨ଲକ୍ଷ ଲୁଟିନେଲା ଠକ

ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ

ଚାକିରି କରାଇଦେବ କହି ଯୁବତୀଙ୍କଠାରୁ ୧୨ଲକ୍ଷ ଲୁଟିନେଲା ଠକ

Worldorgs.com

ଭୁବନେଶ୍ୱର : ଚାକିରି ଦେବାକୁ କହି ଜଣେ ଯୁବତୀଙ୍କଠାରୁ ୧୨ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ଯୁବତୀ ହେଲେ, କଳ୍ପନା ପ୍ରଧାନ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, କିଛି ମାସ ତଳେ ବଡ଼ଗଡ଼ କେନାଲ ରୋଡ୍‌ ପତିତପାବନନଗର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। କଥାବାର୍ତ୍ତା ଆଗକୁ ବଢ଼ିବାରୁ ଯୁବକଜଣଙ୍କ କଳ୍ପନାଙ୍କୁ ଚାକିରି କରାଇଦେ‌ବ କହି ତାଙ୍କଠାରୁ ପର୍ଯ୍ୟାୟକ୍ରମେ ୧୨ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ ଚାକିରି ମିଳି ନ ଥିଲା। କଳ୍ପନା ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ସମ୍ପୃକ୍ତ ବ୍ୟକ୍ତି ପୂର୍ବରୁ ନକଲି ପୁଲିସ ଅଫିସର ପରିଚୟ ଦେଇ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ଠକ ଧରା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe