ଅମ୍ରିତକୁ ବଞ୍ଚାଇବା: ୩୬ ଘଣ୍ଟାରେ ଆସିଲା ଆଉ ୧୬ ଲକ୍ଷ

Advertisment
ଆଖି ବୁଜିଲେ ଅମ୍ରିତ ପ୍ରଧାନ, ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର ହେଲା, ସ୍ବାସ୍ଥ୍ୟାବସ୍ଥା ସ୍ଥିର
ପ୍ରାର୍ଥନା ଓ ଶୁଭେଚ୍ଛାର ସୁଅ ମନୋବଳ ବଢ଼ାଉଛି

ଭୁବନେଶ୍ବର : ଜୀବନ ବଞ୍ଚିବ, ସାରା ଦେଶ ଦେଖିବ। ତୁମେ ନିଶ୍ଚିତ ଏହି ଯୁଦ୍ଧକୁ ଜିତିବ। ଅମ୍ରିତ ଭାଇ ତୁମେ ଭଲ ହୋଇ ଫେରିବ, ୟୁପିଏସସି ପରୀକ୍ଷାରେ ଉର୍ତ୍ତୀଣ୍ଣ ହେବ। ମହାପ୍ରଭୁ ଜଗନ୍ନାଥ ତୁମକୁ ଜଲଦି ଭଲ କରିଦେବେ...। ଖାଲି ସହାୟତା ରାଶି ନୁହେଁ, କରୋନାରେ ଗୁରୁତର ହୋଇ ମୃତ୍ୟୁ ସହ ଲଢ଼ୁଥିବା ଅମ୍ରିତର ସୁସ୍ଥତା କାମନା କରି ଏମିତି ପ୍ରାର୍ଥନା କରି ଚାଲିଛନ୍ତି ଅଗଣିତ ଶୁଭେଚ୍ଛୁ। ତା’କୁ ବଞ୍ଚାଇବା ଲାଗି ସମସ୍ତେ ଲାଗି ପଡ଼ିଛନ୍ତି। ଗତ ୩୬ ଘଣ୍ଟା ଭିତରେ ଆଉ ୧୫୮୦ଜଣ ଅପରିଚିତ ଲୋକ ଅମ୍ରିତର ଚିକିତ୍ସା ପାଇଁ ପ୍ରାୟ ୧୬ଲକ୍ଷ ଟଙ୍କା ସହାୟତା ରାଶି ପଠାଇଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମିଲାପ ଫଣ୍ଡ ରେଜର ଜରିଆରେ ୭୯୭୩ଜଣ ୮୬,୫୭,୫୨୫ ଟଙ୍କା ଦାନ କରି ସାରିଲେଣି।

ଅନ୍ୟପକ୍ଷ‌ରେ ଅମ୍ରିତକୁ ଏୟାର୍ ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସରୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ସେଠାରେ ତାଙ୍କର ଏକ୍‌ମୋ ଚିକିତ୍ସା ଚାଲିଛି। ଗତକାଲି ଡାକ୍ତରମା‌ନେ ତାଙ୍କର ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରିଛନ୍ତି। ଗଳା ନିକଟରେ ଏକ କଣା କରାଯାଇ ଏକ ପାଇପ ମାଧ୍ୟମରେ ଫୁସ୍‌ଫୁସ୍‌କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଏକ୍‌ମୋ ମେସିନ୍‌ ଉପରେ ନିର୍ଭରଶୀଳ ଅଛନ୍ତି। ତ‌ାଙ୍କର ଫୁସ୍‌ଫୁସ୍‌ ଅଧିକ ସଂକ୍ରମିତ ହୋଇଯାଇଥିବାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନେଇ ଏବେ କିଛି ଆକଳନ କରିହେବ ନାହିଁ। ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇ ଦୁଇ ସପ୍ତାହ ପ‌ାଇଁ ନିରୀକ୍ଷଣରେ ରଖାଯିବ।

ଉଲ୍ଲେଖଯୋଗ୍ୟ ଯେ ଅମ୍ରିତଙ୍କ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ଏତେ ଅର୍ଥ କେମିତି ଯୋଗାଡ଼ ହେବ, ପ୍ରଥମେ ପରିବାରଲୋକଙ୍କୁ ଚିନ୍ତା ଘାରିଥିଲା। ତେବେ ତାଙ୍କ ଭଉଣୀ ମନୀଷା ଓ ସାଙ୍ଗସାଥୀ ମିଶି ସହାୟତା କରିବାକୁ ଆଗେଇ ଆସିଥିଲେ। ସେମାନେ ମିଲାପ ଫଣ୍ଡ ରେଜର ସହାୟତାରେ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ଏ ନେଇ ‘ସମ୍ବାଦ’ ସ‌ମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ଅଭିଯାନ ତ୍ବରାନ୍ବିତ ହୋଇଛି। ବି‌ଶେଷକରି ଅମ୍ରିତଙ୍କୁ ଏଆରଲିଫ୍ଟ କରି ଚେନ୍ନାଇ ଆପୋଲୋ ହସ୍ପିଟାଲକୁ ନିଆଯିବା ପରେ ଗତ ୩୬ ଘଣ୍ଟା ମଧ୍ୟରେ ଆଉ ୧୬ଲକ୍ଷ ଟଙ୍କା ସଂଗୃହୀତ ‌ହୋଇଛି।

ଏ ପର୍ଯ୍ୟନ୍ତ ଅମ୍ରିତଙ୍କ ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଖର୍ଚ୍ଚ ବିଷୟରେ ‘ସମ୍ବାଦ’କୁ ସୂଚନା ଦେଇ ମନୀଷା କହିଛନ୍ତି ଯେ ଆପୋଲୋକୁ ଏୟାରଲିଫ୍ଟ କରିବା ପାଇଁ ୨୯ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏକ୍‌ମୋ ମେସିନ୍‌ ସହ ଆଇସିୟୁରେ ୨ସପ୍ତାହ ରହିବା ପାଇଁ ସର୍ବନିମ୍ନ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଅମ୍ରିତଙ୍କର ମେଡିସିନ୍‌ ସହ ଅନ୍ୟାନ୍ୟ ଖର୍ଚ୍ଚ ହେଉଛି। ତେଣୁ ଆଗକୁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନୀଷା। ଅମ୍ରିତଙ୍କ ଚିକିତ୍ସା ଲାଗି ସହାୟତା କରିବାକୁ ଚାହୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନେ ମନୀଷା ପ୍ରଧାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର-୨୦୦୫୮୬୭୮୭୪୧ (ଆଇଏଫଏସସି କୋର୍ଡ-ଏସବିଆଇଏନ୍୦୦୦୫୪୫୭, ଶାଖା-ଖୋଡ଼ାସିଂହ) ରେ ପଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe