୨ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨.୨୦ ଲକ୍ଷ ଟଙ୍କା ଲୁଟ୍‌

Advertisment
ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ବାଲିଅନ୍ତା : ବାଲିଅନ୍ତା ଥାନା ବେଣ୍ଟପୁର ଦିୱାନପାଟଣା ରାସ୍ତାରେ ଆଜି ଅପରାହ୍‌ଣ ପ୍ରାୟ ୨ଟା‌ରେ ୨ଜଣ ଦୁର୍ବୃତ୍ତ ୨ଜଣ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। କର୍ମଚାରୀଦ୍ବୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇବା ପରେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇ ଫେରାର୍ ହୋଇ ଯାଇଛନ୍ତି। ଏ ସଂପର୍କରେ ସଂପୃକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଦ୍ବୟ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଅଭିଯୋଗକାରୀଦ୍ବୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଏହି ଲୁଟ୍‌ ଘଟଣା ପଛରେ କିଛି ରହସ୍ୟ ଛପି ରହିଛି ବୋଲି ପୁଲିସ ସନ୍ଦେହ କରୁଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଦ୍ବୟ ସ୍ମୃତିରଂଜନ ଜେନା ଓ ଶରତ ବରାଡ଼ ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତକୁ ଯାଇ ବିଭିନ୍ନ ମହିଳା ଗୋଷ୍ଠୀମାନଙ୍କଠାରୁ ଋଣ ଟଙ୍କା ସଂଗ୍ରହ କରିଥିଲେ। ବେଣ୍ଟପୁର ପଞ୍ଚାୟତର ବଢ଼େଇସାହି, ଖରିପଡ଼ିଆ, ଦିୱାନପାଟଣା ଓ ଭିଙ୍ଗାରପୁର ପଞ୍ଚାୟତର ସିଙ୍ଗଡ଼ା ଭୋଇସାହିର ମହିଳାମଣ୍ଡଳଙ୍କ ନିକଟରୁ ଋଣ ଅର୍ଥ ସଂଗ୍ରହ କରିଥିଲେ। ପରେ ସେମାନେ ବାଇକ୍‌ ଯୋଗେ ଗୁଆବାଡ଼ିସାହି ଅଭିମୁଖେ ଯାଉଥିଲେ। ତେବେ ସେମାନଙ୍କୁ ଲୁଟେରାମାନେ ପିଛା କରୁଥିଲେ ବୋଲି ସେମାନେ ସୂଚନା ପାଇ ନଥିଲେ। ଦୁର୍ବୃତ୍ତଦ୍ବୟ ସେମାନଙ୍କୁ ପିଛା କରି ବେଣ୍ଟପୁର ଦିୱାନପାଟଣା ରାସ୍ତାର ଗାଦିଗୋସେଇଁ ଠାକୁରଙ୍କ ନିକଟରେ ଅଟକାଇଥିଲେ। କର୍ମଚାରୀଦ୍ବୟ କିଛି ବୁଝିବା ପୂର୍ବରୁ ହଠାତ୍ ଦୁର୍ବୃତ୍ତମାନେ ସେମାନଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଦେଇଥିଲେ। ପାଟି କଲେ ଗୁଳି ଫୁଟିଯିବ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ କର୍ମଚାରୀଦ୍ବୟ ଥରିବାକୁ ଲାଗିଲେ ସିନା ସାହାଯ୍ୟ ପାଇଁ ପାଟି କରିବାକୁ ସାହସ କରିପାରି ନଥିଲେ। ଫଳରେ ବଡ଼ ସହଜରେ ଦୁର୍ବୃତ୍ତଦ୍ବୟ ସେମାନଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ଡେଲ୍‌ଟା ବଜାର ରାସ୍ତାରେ ଫେରାର୍‌ ହୋଇଯାଇଥିଲେ। ଲୁଟେରାମାନେ ଅନ୍ତର୍ଧାନ ହେବା ପରେ ଯାଇ ସ୍ମୃତିରଂଜନ ଓ ଶରତ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ ଲୋକେ ଏକାଠି ହେବାବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇ ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe