୧୩ଜଣଙ୍କଠାରୁ ୨କୋଟି ୪୦ଲକ୍ଷ ଟଙ୍କା ଠକିବା ଘଟଣା: କ୍ରିପ୍ଟୋକରେନ୍ସିରେ ଲାଗିଥିଲା ଟଙ୍କା

ଟଙ୍କା ଦେଣନେଣର ସମସ୍ତ ତଥ୍ୟ ମାଗିଲା ପୁଲିସ, ଇଓଡବ୍ଲ୍ୟୁ ହାତକୁ ଯାଇପାରେ ତଦନ୍ତ ଦାୟିତ୍ବ

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇବ କହି ମଧ୍ୟପ୍ରଦେଶର ଜଣେ ଯୁବକ ୧୩ଜଣଙ୍କଠାରୁ ପ୍ରାୟ ୨କୋଟି ୪୦ଲକ୍ଷରୁ ଅଧିକ ଟଙ୍କା ଲୁଟିନେବା ଘଟଣାରେ ଖଣ୍ଡଗିରି ପୁଲିସ ସମସ୍ତ ଅଭିଯୋଗକାରୀଙ୍କୁ ଟଙ୍କା ଦେଣନେଣର ସମସ୍ତ ତଥ୍ୟ ମାଗିଛି। ଏହି ତଥ୍ୟକୁ ପୁଲିସ ଯାଞ୍ଚ୍ କରିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ମଧ୍ୟପ୍ରଦେଶର ଏହି ଯୁବକ ଓମ୍‌ପ୍ରକାଶ ଭରାଵତ୍ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେବା ପରେ ସେୟାର ମାର୍କେଟ୍ ନୁହେଁ; ବରଂ କ୍ରିପ୍ଟୋକରେନ୍ସିରେ ଲଗାଇଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

କ୍ରିପ୍ଟୋକରେନ୍ସିରେ ଟଙ୍କା ଲଗାଇବା ପରେ ସେ ଏହାର କିଛି ସେୟାର କିଣିଥିଲା। ସେୟାର୍‌ର ରେଟ୍ ବଢ଼ିବା ପରେ ସେ ଆଣିଥିବା ଲୋକଙ୍କୁ ୧୫ପ୍ରତିଶତ ହାରରେ କିଛି କିଛି ଟଙ୍କା ଦୁଇମାସ ପର୍ଯ୍ୟନ୍ତ ଅର୍ଥାତ ସେପ୍ଟେମ୍ବର ପର୍ଯ୍ୟନ୍ତ ଫେରାଇଥିଲା। ଏହା ପରେ ଓମ୍‌ ସମସ୍ତଙ୍କୁ ଧୀରେ ଧୀରେ ଅଧିକ ଟଙ୍କା ଲଗାଇବାକୁ କହିଥିଲା। ଆଗକୁ ଅଧିକ ଟଙ୍କା ଲଗାଇଲେ ଅଧିକ ଲାଭ ପାଇବା ଆଶାରେ ୧୩ଜଣ ଅଭିଯୋଗକାରୀ ଟଙ୍କା ଲଗାଇଥିଲେ। ଏହାପରେ ସବୁ ଟଙ୍କା ଚଳୁ କରି ଓମ୍ ଭୁବନେଶ୍ବର ଛାଡ଼ି ପଳାଇ ଯାଇଥିଲା। ମଧ୍ୟପ୍ରଦେଶରେ ଭଉଣୀ ବାହାଘର ଅଛି ବୋଲି କହି ସେଠାରେ ସେ କିଛି ଦିନ ରହିବା ପରେ ଏବେ ତା’ର ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ଠକେଇର ପରିମାଣ କୋଟିଏରୁ ଅଧିକ ଥିବାରୁ ଏହା ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ହାତକୁ ଯିବାର ସମ୍ଭାବନା ରହିଛି। ତେବେ ଭାରତରେ କ୍ରିପ୍‌ଟୋକରେନ୍ସିରେ ଟଙ୍କା ଲାଗଇବା ବେଆଇନ ହୋଇଥିବାବେଳେ ଅଭିଯୋଗକାରୀମାନେ ଟଙ୍କା ଦେଣନେଣର ସମସ୍ତ ତଥ୍ୟ ଦେବା ପରେ ଖଣ୍ଡଗିରି ପୁଲିସ ମାମଲାକୁ ଇଓଡବ୍ଲୁ ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe