ସେୟାର୍ ମାର୍କେଟ୍‌ରେ ଟଙ୍କା ଲଗାଇବ କହି ୨କୋଟି ୪୦ଲକ୍ଷ ଲୁଟ୍

Advertisment

୧୩ଜଣଙ୍କୁ ଚୁନ ଲଗାଇ ମଧ୍ୟପ୍ରଦେଶର ଯୁବକ ଫେରାର

୧୩ଜଣଙ୍କୁ ଚୁନ ଲଗାଇ ମଧ୍ୟପ୍ରଦେଶର ଯୁବକ ଫେରାର

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶର ଜଣେ ଯୁବକ ଖଣ୍ଡଗିରି ଓ ବରମୁଣ୍ଡା ଅଞ୍ଚଳର ୧୩ ଜଣଙ୍କଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଠକାମିର ଶିକାର ହୋଇଥିବା ଲୋକେ ବୁଧବାର ମିଳିତ ଭାବେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହେବା ସହ ଯୁବକ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨୦୨୦ରେ ବରମୁଣ୍ଡା ବି-୯୫ରେ ମଧ୍ୟପ୍ରଦେଶର ଓମ୍‌ପ୍ରକାଶ ଭରାଵତ୍ ଏକ ଟ୍ରେଡିଂ ଅଫିସ୍ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ ୨୫ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲା। ତେବେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସେୟାର୍ ମାର୍କେଟ୍‌ରେ ପୂର୍ବରୁ ଟଙ୍କା ଲଗାଇ ଏତେ ଲାଭ କେବେ ପାଇନଥିବା କହିଥିଲେ। ତେଣୁ ଏତେ ଟଙ୍କା ଲାଭ କେମିତି ଦିଆଯାଇପାରିବ ବୋଲି ଲୋକେ ପ୍ରଶ୍ନ କରିବାରୁ, ଓମ୍‌ପ୍ରକାଶ ଏହା ତାଙ୍କ ପ୍ରଫେସନ୍ ବୋଲି କହିବା ସହିତ ଦୀର୍ଘ ବର୍ଷର ଅନୁଭବରୁ ସେ ଅଧିକ ଲାଭ ଦେଇପାରିବ ବୋଲି କହିଥିଲା।

ଓମ୍‌ପ୍ରକାଶଙ୍କ କଥାରେ ଭରସା କରି ଗତ ସେପ୍ଟେମ୍ବର ୭ ତାରିଖରେ ସ୍ଥାନୀୟ ଅଞ୍ଚଳର ସତ୍ୟଜିତ ସାମନ୍ତରାୟ ୬୭ଲକ୍ଷ ୫୦ହଜାର, ରଂଜନ କୁମାର ସାହୁକାର ୨୨ଲକ୍ଷ, ଆଶୁତୋଷ ମିଶ୍ର ୮ଲକ୍ଷ, ସମୀର ମିଶ୍ର ୮ଲକ୍ଷ, ଚିତ୍ତରଂଜନ ତ୍ରିପାଠୀ ୮୦ହଜାର, ପ୍ରିୟରଂଜନ ଖୁଣ୍ଟିଆ ୨୭ଲକ୍ଷ, ଜୟଦେବ ସାମନ୍ତରାୟ ୧୭ଲକ୍ଷ ୫୦ହଜାର, ରଘୁନାଥ ମିଶ୍ର ୫ଲକ୍ଷ, ଦେବାଶିଷ ମିଶ୍ର ୩ଲକ୍ଷ, ନନ୍ଦକିଶୋର ମହାରଣା ୧୫ଲକ୍ଷ, ମନୋଜ କୁମାର ସ୍ବାଇଁ ୧୧ଲକ୍ଷ ୮୭ହଜାର ଓ ରାଜକିଶୋର ମିଶ୍ର ୨୭ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲେ। ଟଙ୍କା ଦେବାର ୫ମାସ ପର୍ଯ୍ୟନ୍ତ ଅର୍ଥାତ୍ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଓମ୍‌ପ୍ରକାଶ ନିଜ କହିବାନୁଯାୟୀ ସମସ୍ତଙ୍କୁ ଠିକ୍ ସମୟରେ ଲାଭ ଟଙ୍କା ଫେରାଉଥିଲା। ମାତ୍ର ମାର୍ଚ୍ଚ ମାସରୁ ସେ ପ୍ରଥମେ କରୋନା ପାଇଁ ସେୟାର୍ ମାର୍କେଟ୍ ମାନ୍ଦା ଚାଲିଥିବା କହି ଟଙ୍କା ଫେରାଇବା ବନ୍ଦ କରିଥିଲା। ଏହା ପରେ ଧୀରେ ଧୀରେ ଲୋକଙ୍କ ଫୋନ୍ ଉଠାଇବା ମଧ୍ୟ ବନ୍ଦ କରିଦେଇଥିଲା। ଏବେ ଓମ୍ ଦେଇଥିବା ଫୋନ୍ ନମ୍ବର ସୁଇଚ୍ ଅଫ୍ ହୋଇଯାଇଛି। ଓମ୍‌ଙ୍କ ଅଫିସ୍‌କୁ ଗଲେ ମଧ୍ୟ ସେଠାରେ ତାଲା ଝୁଲୁଥିବା କହିଛନ୍ତି ଅଭିଯୋଗକାରୀ। ଫଳରେ ସେମାନେ ଠକାମିର ଶିକାର ହୋଇଥିବା ସନ୍ଦେହ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe