ପ୍ରହସନର ପୁନରାବୃତ୍ତି : ବାହାରେ ମଳତ୍ୟାଗ କଲେ ୨୦୦, ପରିସ୍ରା ପାଇଁ ୧୫୦

ବିଏମ୍‌ସି ବଜେଟ୍‌ ୭୬୮.୭୯କୋଟି : ଆଦାୟ ୬୯୭, ଖର୍ଚ୍ଚ ୭୦୧କୋଟି

Odisha Sun Times

ଭୁବନେଶ୍ୱର : ସ୍ବଚ୍ଛତାକୁ ନେଇ ପୁଣି ଥ‌ରେ ପ୍ରହସନ ଆରମ୍ଭ କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ବର୍ଷେ ତଳେ ବାହାରେ ମଳତ୍ୟାଗ ଓ ପରିସ୍ରା କଲେ ୫୦ ଟଙ୍କା ଜରିମାନା ଆଦାୟ କରିବା ପାଇଁ ଘୋଷଣା କରିଥିଲା। ହେଲେ ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଏବେ ପୁଣି ଏହି ଜରିମାନା ରାଶିକୁ ୪ ଗୁଣ କରି ସେହି ନିୟମ କରିବାକୁ ଘୋଷଣା କରିଛି। ଏଥର ବାହାରେ ମଳତ୍ୟାଗ କଲେ ୨ଶହ ଓ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରିବ ବୋଲି ଘୋଷଣା କରିଛି। ଆସନ୍ତାକାଲିଠାରୁ ଏହି ଜରିମାନା ଆଦାୟ କଡ଼ାକଡ଼ି ହେବ ବୋଲି ଆଜି ଏକ ବିଜ୍ଞପ୍ତି ଜରିଆରେ ବିଏମ୍‌ସି ସ୍ପଷ୍ଟ କରିଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ବାଇ ଲ’-୨୦୧୮ ମୁତାବକ ଏହି ଜରିମାନା ଆଦାୟ ହେବ ବୋଲି କୁହାଯାଇଛି।

ଖୁବ୍‌ଶୀଘ୍ର ଭୁବନେଶ୍ବରରେ ‘ସ୍ବଚ୍ଛ ସର୍ବେକ୍ଷଣ’ ଆରମ୍ଭ ହେବାକୁ ଯାଉଛି। ଏଣୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଘୋଷଣା ହେଲେ ବା ସ୍ବଚ୍ଛତାର ଆଗରେ ରହିଲେ ଦିଲ୍ଲୀରେ ପ୍ରଶଂସା ଗୋଟାଇବାର ସୁଯୋଗ ଅଛି। ସେଥିପାଇଁ ବାହ୍ୟ ମଳମୁକ୍ତ ଅଞ୍ଚଳ ଘୋଷଣା ହେବା ସହ ଜରିମାନା ଆଦାୟ ଯୋଜନା ହୋଇଛି ବୋଲି କୁହାଯାଉଛି। ସେଥିପାଇଁ ଦୀର୍ଘ ଏକ ବର୍ଷ କାଳ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ହଠାତ୍‌ ଜରିମାନା ଆଦାୟ ନେଇ ଘୋଷଣା କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

ସୂଚନା ମୁତାବକ, ଭୁବନେଶ୍ବରରେ ୧୯୩ଟି କମ୍ୟୁନିଟି, ଇ-ଟଏଲେଟ୍‌ ଓ ପବ୍ଲିକ ଟଏଲେଟ୍‌ ରହିଛି। ଏଥିରେ ୫୦ ହଜାରରୁ ଏକ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ଅନେକ ଜାଗାରେ ଟଏଲେଟ୍‌ ଥାଇ ମଧ୍ୟ ଲୋକଙ୍କ ଅଭ୍ୟାସ ବଦଳୁ ନାହିଁ। ବାହାରେ ମଳତ୍ୟାଗ କରୁଛନ୍ତି। ଅନେକ ଜାଗାରେ ଲୋକସଂଖ୍ୟା ଅନୁପାତରେ ଟଏଲେଟ୍‌ ବି ନାହିଁ। ସେହିଭଳି ସହର ବାସିନ୍ଦା ଓ ପ୍ରତ୍ୟେକ ଦିନ ସହରକୁ ଆସୁଥିବା ହଜାର ହଜାର ଲୋକଙ୍କ ଅନୁପାତରେ ପରିସ୍ରାଗାର ନାହିଁ। ଫଳରେ ପ୍ରତ୍ୟେକ ଦିନ ଲୋକମାନେ ବାହାରେ ପରିସ୍ରା କରିବା ଏକ ସାଧାରଣ କଥା ହୋଇଛି। ଏବେ ଏହି ଜରିମାନା ଆଦାୟ ବଳରେ କେତେ ସ୍ବଚ୍ଛତା ମିଳୁଛି ବା ଲୋକମାନଙ୍କ ପାଇଁ କ’ଣ ସମସ୍ୟା ସୃଷ୍ଟି କରୁଛି, ତାହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe