ଯୁବତୀଙ୍କ ଆକାଉଣ୍ଟ୍‌ରୁ ୩ଲକ୍ଷ ୩୦ହଜାର ଲୁଟିନେଲା ଠକ

Advertisment

ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଟଙ୍କା ଡିପୋଜିଟ୍ କରି ଫସିଲେ

ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ଟଙ୍କା ଡିପୋଜିଟ୍ କରି ଫସିଲେ

ସାଇବର୍‌ ଠକଙ୍କ ନୂଆ ତରିକା: ବିଦେଶୀ ମୁଦ୍ରା ଦେଖାଇ ଠକିନେଲେ ୪.୮୨ଲକ୍ଷ

Complete Controller

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଅନ୍‌ଲାଇନ୍‌ରେ କୋଚିଂ ନେବା ପାଇଁ ଟଙ୍କା ଟ୍ରାନ୍ସଫର୍ କରିବାକୁ ଯାଇ ଏକ ବଡ଼ ସାଇବର ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ବୁଧବାର ଧଉଳି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଗତ ୧୯ତାରିଖରେ ଲିଙ୍ଗିପୁରର ଦୀପ୍ତିବାଳା ପ୍ରଧାନ ଅନ୍‌ଲାଇନ୍‌ରେ କୋଚିଂ ନେବା ପାଇଁ ଅନ୍‌ଏକାଡେମି ନାମକ ଏକ ସଂସ୍ଥାର ଆକାଉଣ୍ଟ୍‌କୁ ୪୪୮୦ଟଙ୍କା ପଠାଇଥିଲେ। ଟଙ୍କା ପୈଠ କରିବା ସହିତ ଆବେଦନପତ୍ର ପୂରଣ କରିଥିଲେ ହେଁ ଅନ୍‌ଏକାଡେମି ସହିତ ତାହା ସଂଯୁକ୍ତ ହୋଇନଥିଲା। ଗୋଟେ ପଟେ ଆକାଉଣ୍ଟରୁ ଟଙ୍କା କଟିଥିଲେ ହେଁ ଅନ୍‌ଏକାଡେମି ଆକାଉଣ୍ଟକୁ ଟଙ୍କା ନଯିବାରୁ ସେ ଏସ୍‌ବିଆଇ କଷ୍ଟମର୍ କେୟାରକୁ ଫୋନ୍ କରି ଅଭିଯୋଗ କରିଥିଲେ। କିଛି ସମୟ ଏସ୍‌ବିଆଇ କଷ୍ଟମର୍ କେୟାର୍ ସହ କଥା ହେବା ପରେ ଅଧାରୁ ଫୋନ୍ କଟି ଯାଇଥିଲା। ଏହା ପରେ ଆଉ ଏକ ନମ୍ବରରୁ ଦୀପ୍ତିଙ୍କ ପାଖକୁ ଫୋନ୍ ଆସିଥିଲା। ଦୀପ୍ତି ଏସ୍‌ବିଆଇରୁ ଫୋନ୍ ଆସିଥିବା ଭାବି ଘଟଣା ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଏହା ପରେ ଏସ୍‌ବିଆଇ ନାଁରେ ଫୋନ୍ କରିଥିବା ହ୍ୟାକର୍ ତାଙ୍କୁ ଫୋନ୍‌ରେ ଏନି ଡେସ୍କ୍ ଆପ୍ ଡାଉନଲୋଡ୍ କରିବାକୁ କହିଥିଲା। ଏହା ପରେ ଚତୁରତାର ସହ ସାଇବର ଠକ ତାଙ୍କ ୟୋନୋ ଏସ୍‌ବିଆଇ ଆପ୍ କାହିଁକି କାମ ଦେଉନି କହି ତାଙ୍କ ପାସଵାର୍ଡ ଓ ଅନ୍ୟାନ୍ୟ ବ୍ୟାଙ୍କ ଡିଟେଲ୍ସ ନେଇଥିଲା। ମାତ୍ର ଆକାଉଣ୍ଟରେ ଟଙ୍କା ଫିକ୍ସ ଡିପୋଜିଟ୍ ଥିବାରୁ ସେଭିଂ ଆକାଉଣ୍ଟକୁ ନଗଲେ ତାଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ଆଉ ଫେରିବନି ବୋଲି ହ୍ୟାକର୍ କହିଥିଲା।

ହ୍ୟାକର୍ କଥାରେ ଭଳି ଯାଇ ଯୁବତୀ ତାଙ୍କ ଆକାଉଣ୍ଟରୁ ସେଭିଂ ଆକାଉଣ୍ଟ୍‌କୁ ୫ଟି ପର୍ଯ୍ୟାୟରେ ୩ଲକ୍ଷ ୩୦ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ଏହା ପରେ ହ୍ୟାକର୍ ଦୀପ୍ତିଙ୍କ ସେଭିଂ ଆକାଉଣ୍ଟ୍ ଖାଲି କରିଦେଇଥିଲା। ଏନେଇ ସେ ପ୍ରଥମେ ଏସ୍‌ବିଆଇକୁ ଫୋନ୍ କରି ଅଭିଯୋଗ କରିବା ପରେ ସାଇବର୍ ସେଲ୍‌ରେ ଅଭିଯୋଗ କରିଥିଲେ। ଏହା ପରେ ବାପାଙ୍କ ସହ ଧଉଳି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe