ବାଲିଅନ୍ତା : ୩ ଲକ୍ଷ ଟଙ୍କାର ତାର ନେଇଗଲେ

Advertisment
ବାଲିଅନ୍ତା : ୩ ଲକ୍ଷ ଟଙ୍କାର ତାର ନେଇଗଲେ

Telegraph India

ବାଲିଅନ୍ତା : ବାଳକାଟି ବିଦ୍ୟୁତ୍‌ ସେକ୍‌ସନ କାର୍ଯ୍ୟାଳୟ ପରିସରରୁ ପାଖାପାଖି ୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ତାର ଚୋରି ହୋଇଛି। ଦୁଇ ଦିନ ପୂର୍ବେ ଦୁର୍ବୃତ୍ତମାନେ ଗଦା ହୋଇଥିବା ତାରକୁ ଉଠାଇ ନେଇଥିବା ବାବଦରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ସ୍ବାଇଁ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଚୋରମାନଙ୍କ ଟେର୍‌ ମିଳିନଥିବା ଜଣାପଡ଼ିଛି। ସୂଚନାନୁସାରେ କାର୍ଯ୍ୟାଳୟ ପରିସରରେ ବହୁ ପରିମାଣର ପୁରୁଣା ଓ ନୂଆ ବିଦ୍ୟୁତ ତାର ଗଦା ହୋଇଥିଲା। ତେବେ ଚୋରି ହୋଇଥିବା ତାରର ଦୈର୍ଘ୍ୟ ପ୍ରାୟ ୪ କିମି ପର୍ଯ୍ୟନ୍ତ ହେବ ବୋଲି ଯନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କାର୍ଯ୍ୟାଳୟରେ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ୨୪ଘଣ୍ଟିଆ ଡ୍ୟୁଟି କରୁଛନ୍ତି। ଅଥଚ ପରିସରରୁ ତାର କିଭଳି ଚୋରି ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ବାଳକାଟି ଅଞ୍ଚଳରେ ବେଆଇନ ଭାବେ ବହୁ ଆଲୁମିନିୟମ୍‌ କାରଖାନା ଚାଲୁଛି। ଆଲୁମିନିୟମ୍‌ ବାସନକୁସନ କରୁଥିବା ବହୁ କାରଖାନା ଏହି ଅଞ୍ଚଳରେ ରହିଛି। ତେଣୁ ଦୁର୍ଦୃତ୍ତମାନେ ତାର ଚୋରି କରିବା ପରେ ସହଜରେ ବିକ୍ରି ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe