ପ୍ରେମ ଜାଲରେ ଫସାଇ ବରିଷ୍ଠ ନାଗରିକଙ୍କଠାରୁ ୩୦ ହଜାର ଚଳୁ

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଚନ୍ଦ୍ରଶେଖରପୁର : ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପ୍ରେମ ଜାଲରେ ଫସାଇ ଜଣେ ଧୂର୍ତ୍ତ ମହିଳା ତାଙ୍କଠାରୁ ୩୦ ହଜାର ଟଙ୍କା ଠକି ନେଇଥିବା ସଂପର୍କରେ ସ୍ଥାନୀୟ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଛି। ମହିଳାଜଣଙ୍କ ସୋସିଆଲ୍‌ ମିଡିଆରେ ଉକ୍ତ ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ମାସେ ହେବ ବନ୍ଧୁତା କରିଥିଲେ। ନିଜ ଘର ଚନ୍ଦ୍ରଶେଖରପୁରରେ ବୋଲି କହି ସଂପର୍କ ବଢ଼ାଇଥିଲେ। ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଅର୍ଥ ମାଗିଥିଲେ। ବୃଦ୍ଧ ଜଣଙ୍କ ଟଙ୍କା ଦେବା ପରେ ମହିଳାଜଣଙ୍କ ଆଉ ତାଙ୍କ ସହ ଯୋଗାଯୋଗ କରିନଥିଲେ। ତାଙ୍କ ମୋବାଇଲ୍‌ ନମ୍ବରକୁ କଲ୍ କରି ନିରାଶ ହେବା ପରେ ବୃଦ୍ଧଜଣଙ୍କ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe