image source-Sabrang India
ଭୁବନେଶ୍ବର: ହଂସପାଳସ୍ଥିତ ଏକ ମଲ୍ ନିକଟରୁ ଗତରାତିରେ ଧରାପଡ଼ିଥିବା ବ୍ରାଉନସୁଗାର କାରବାରରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଆଜି ବାଲିଅନ୍ତା ଥାନା ପୁଲିସ୍ କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ବାଲେଶ୍ବର ଜଳେଶ୍ବର ରାଜପୁର ବସ୍ତି ଗ୍ରାମର ସେକ୍ ସଫିରୁଦ୍ଦିନ୍ ଓ ସେକ୍ ରାଜା ଏବଂ ବାଲିଅନ୍ତା ଜଗନ୍ନାଥପୁରର ବାପି ନାୟକ। କମିସନରେଟ୍ ପୁଲିସ୍ର କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ଏମାନଙ୍କୁ ଗିରଫ କରିଥିଲା।
ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି ଯେ ଜଳେଶ୍ବରର ଏହି ଦୁଇ ଅଭିଯୁକ୍ତ ପୁରୁଣା ବେପାରୀ। ବାଲେଶ୍ବରର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ମାମଲା ରହିଛି। ପୂର୍ବରୁ ସେକ୍ ସଫିରୁଦ୍ଦିନ୍ ଓ ତାର ଭାଇ ସେକ୍ ତପ୍ରୁଦ୍ଦିନ୍ ଗିରଫ ହୋଇଥିଲେ। କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଏମାନଙ୍କୁ ଗିରଫ କରିଥିଲା। ନିକଟ ଅତୀତରେ ଜାମିନରେ ଆସି ପୁଣି ବେପାର ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗରୁ ଏମାନେ ବ୍ରାଉନସୁଗାର ଆଣି କଟକ, ଭଦ୍ରକ, ଯାଜପୁର, ଭୁବନେଶ୍ବର, ବାଲେଶ୍ବର ଓ ଜଳେଶ୍ବରରେ ବେପାର କରୁଥିଲେ। ଦଲାଲଙ୍କ ଜରିଆରେ ଖୁଚୁରା ବେପାରୀଙ୍କ ପାଖକୁ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା। ଜଗନ୍ନାଥପୁରର ବାପି ଏମାନଙ୍କର ଦଲାଲ ଭାବରେ କାମ କରୁଥିଲା। ବାପି ଜରିଆରେ ରାଜଧାନୀ ଉପକଣ୍ଠରେ ବେପାର ଚାଲିଥିଲା। ଭୁବନେଶ୍ବରରେ ମଧ୍ୟ ଏମାନଙ୍କର ଦଲାଲ ରହିଛନ୍ତି। ସେମାନଙ୍କ ବାବଦରେ ପୁଲିସ ସୁରାକ୍ ପାଇଛି। ଗିରଫ କରିବା ପାଇଁ ଯୋଜନା ଚାଲିଥିବା ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ୍ତ ରାଉତ କହିଛନ୍ତି।
Follow Us