File photo
ବାଲିଅନ୍ତା : ବାଲିଅନ୍ତା ତହସିଲ ଓ ଥାନା ପୁଲିସ୍ ମିଳିତ ଚଢ଼ଉ କରି ଗତ ବିଳମ୍ବିତ ରାତିରେ ଗୋଟିଏ ଜେସିବି ମେସିନ୍ ସହ ୩ଟି ମାଟି ବୋଝେଇ ହାଇୱା ଜବତ କରିଛନ୍ତି। ଗାଡ଼ି ପିଛା ୧ଲକ୍ଷ ଜରିମାନା ଅଦାୟ କରାଯିବ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗତକାଲି ଗୋତଳବିନ୍ଧା, ଦୁଦୁରାବସ୍ତ, ଭିଙ୍ଗାରପୁର ଆଦି ରାସ୍ତାରେ ଚଢ଼ଉ କରାଯାଇଥିଲା। ରିପୋର୍ଟ ଲେଖା ହେବା ବେଳକୁ କୌଣସି ଗାଡ଼ି ମାଲିକ ରାଜସ୍ବ ନିରୀକ୍ଷକ କିମ୍ବା ତହସିଲ କାର୍ଯ୍ୟାଳୟରେ ଜରିମାନା ଅର୍ଥ ପୈଠ କରିନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଥାନାରେ ପୁଲିସ ଚାଳକମାନଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଚଢ଼ଉରେ ସାମିଲ ଥିଲେ।
Follow Us