ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ଫସିଲେ: ୫ ହଜାର ଟଙ୍କା ପାଇଁ ହରାଇଲେ ଲକ୍ଷେ

Advertisment
ପୂର୍ବତନ ବିଚାରପତି ସାଇବର ଠକେଇର ଶିକାର

Times of India

ଭୁବନେଶ୍ବର : ଓଏଲ୍‌ଏକ୍ସରେ ପୁରୁଣା ସାଇକେଲ୍‌ ଓ ଆକ୍ବାଗାର୍ଡ ବିକ୍ରି ପାଇଁ ବିଜ୍ଞା‌ପନ ଦେଇ ଲକ୍ଷେ ଟଙ୍କା ହରାଇଲେ। କିଣିବା ଆଳରେ ଆକାଉଣ୍ଟ ଯାଞ୍ଚ କରିବାକୁ କହି ଚୂନ ଲଗେଇଲେ ସାଇବର ଲୁଟେରା। ଏନେଇ ସାଇବର ଥାନାରେ ଦୁଇଟି ଅଭିଯୋଗ ପରେ ଘଟଣା ବଦାକୁ ଆସିଛି।

ସୂଚନା ମୁତାବକ, କିଛିଦିନ ତଳେ ଫରେଷ୍ଟ ପାର୍କ ଅଞ୍ଚଳର ସୁଭଦ୍ରା ଧଳ ନାମକ ଜଣେ ମହିଳା ପୁଅର ୫ବର୍ଷର ପୁରୁଣା ସାଇକେଲ୍‌ ବିକ୍ରି ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇଥିଲେ। ସାଇକେଲ୍‌ ବାବଦକୁ ଦେଢ଼ ହଜାର ଟଙ୍କା ରଖିଥିଲେ। ଜଣେ ସାଇବର ଠକ ସାଇକେଲ୍‌ କିଣିବାକୁ ଆଗ୍ରହ ଦେଖାଇଥିଲେ। ସୁଭଦ୍ରାଙ୍କ ସହ ଯୋଗାଯୋଗ କରି ସାଇକେଲ୍‌ କିଣିବାକୁ କହିଥିଲେ। ସାଇକେଲ୍‌ ବାବଦକୁ ଟଙ୍କା ଦେବାପାଇଁ ସୁଭଦ୍ରାଙ୍କ ଫୋନ୍‌ ପେ’ ଆକାଉଣ୍ଟ ଯାଞ୍ଚ ପାଇଁ କହିଥିଲେ। ଏଥିପାଇଁ ସୁଭଦ୍ରାଙ୍କୁ ଟଙ୍କାଟେ ପଠାଇବାକୁ କହିଥିଲେ। ସୁଭଦ୍ରା ତାଙ୍କ ଫୋନ୍‌ ପେ’ରୁ ଏକ ଟଙ୍କା ପଠାଇଥିଲେ। ତୁରନ୍ତ ସାଇବର ଠକ ତାଙ୍କୁ ୨ଟଙ୍କା ଫେରାଇଥିଲା। ଆଉ କିଛି ସମୟ ପରେ ସୁଭଦ୍ରାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା କଟିଯାଇଥିଲା। ସେହିପରି ଆଚାର୍ଯ୍ୟ ବିହାର ଅଞ୍ଚଳର ସଞ୍ଜୀବ ସେନାପତି ନାମକ ଜଣେ ବ୍ୟକ୍ତି ତାଙ୍କର ପୁରୁଣା ଆକ୍ବାଗାର୍ଡ ବିକ୍ରି ପାଇଁ ଓଏଲ୍‌ଏକ୍ସରେ ସାଢ଼େ ୩ହଜାର ଟଙ୍କାର ବିଜ୍ଞା‌ପନ ଦେଇଥିଲେ। ସମାନ ଢ଼ଙ୍ଗରେ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରୁ ୭୦ହଜାର ଟଙ୍କା ନେଇଯାଇଥିଲେ। ଏନେଇ ସାଇବର ଥାନ‌ାରେ ଦୁଇଟି ପୃଥକ ପୃଥକ ଅଭିଯୋଗ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe