୫୦ କୋଟି ଟଙ୍କାର ସିଏମ୍‌ସି ବାୟୋମାଇନିଂ ‌ଟେଣ୍ଡର୍‌ ପ୍ରକ୍ରିୟା ଫିକ୍ସିଂ!

Advertisment

କଥା ପ୍ରଘଟ ପରେ ସପ୍ତାହେ ଘୁଞ୍ଚିଲା ଆବେଦନ ଅବଧି

କଥା ପ୍ରଘଟ ପରେ ସପ୍ତାହେ ଘୁଞ୍ଚିଲା ଆବେଦନ ଅବଧି

୫୦ କୋଟି ଟଙ୍କାର ସିଏମ୍‌ସି ବାୟୋମାଇନିଂ ‌ଟେଣ୍ଡର୍‌ ପ୍ରକ୍ରିୟା ଫିକ୍ସିଂ!

DCC Infra Private Limited

କଟକ: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଆହ୍ବାନ କରାଯାଇଥିବା ବାୟୋମାଇନିଂ ଟେଣ୍ଡର୍‌କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଟେଣ୍ଡର୍‌ ଆବେଦନ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଆବେଦନର ଶେଷ ତାରିଖ ଗତ ଶୁକ୍ରବାର ଥିବା ବେଳେ ଏବେ ତାହାକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିଭଳି ଟେଣ୍ଡର୍‌ ଖୋଲିବା ପାଇଁ ମାର୍ଚ୍ଚ ୧୫ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାହାକୁ ୨୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଏହି ଟେଣ୍ଡର୍‌ ସର୍ତ୍ତରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେଣ୍ଡର୍‌ ଦେବା ପାଇଁ ମସୁଧା କରାଯାଇଥିବାରୁ ଏହାକୁ ସଂପୂର୍ଣ୍ଣ ବାତିଲ କରିବାକୁ ଦାବି ‌ହୋଇଛି। ଟେଣ୍ଡ୍‌ର ସର୍ତ୍ତକୁ ବଦଳାଯିବା ବେଆଇନ ଓ ଏହା ଉଦ୍ଦେଶ୍ୟମୂଳକ ଥିବାରୁ ମୂଳ ଟେଣ୍ଡର୍‌ ସର୍ତ୍ତକୁ କାଏମ ରଖିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଚକ୍ରଧରପୁରସ୍ଥିତ ଡମ୍ପିଂୟାର୍ଡରେ ବର୍ଜ୍ୟବସ୍ତୁ ପୃଥକୀକରଣ ପାଇଁ ଆହ୍ବାନ କରାଯାଇଥିବା ବାଇଓମାଇନିଂ ଟେଣ୍ଡର୍‌ ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଥିଲା। ପ୍ରଥମେ ପ୍ରକାଶିତ ଟେଣ୍ଡର୍‌କୁ ସଂଶୋଧନ କରିବା, ସର୍ତ୍ତରେ ଆମୂଳଚୂଳ ପରିବର୍ତ୍ତନ କରିବା, ନୂଆ ସର୍ତ୍ତ ଯୋଡ଼ିବା, ଟେକ୍ନିକାଲ ଓ ଫାଇନାନସିଆଲ ବିଡ୍‌ରେ ସଂଶୋଧନ କରାଯାଇଥିବାରୁ ସଂଶୟ ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ସଂସ୍ଥ‌ା ଓ ତା’ର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାୟ ୫୦କୋଟି ଟଙ୍କାର ଏହି ଟେଣ୍ଡର୍‌ ସର୍ତ୍ତରେ ସଂଶୋଧନ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।

ସଂପୂର୍ଣ୍ଣ ବାତିଲ ପାଇଁ ଦାବି
ସଂଶୋଧିତ ଟେଣ୍ଡରକୁ ନେଇ ସନ୍ଦେହ

ତଥ୍ୟ ମୁତାବକ, କଟକ ଚକ୍ରଧରପୁରରେ ଥିବା ଡମ୍ପିଂୟାର୍ଡରେ ଏହି ଜୈବ ବର୍ଜ୍ୟବସ୍ତୁର ପୃଥକୀକରଣ କରିବା ପାଇଁ ବାଇଓ ମାଇନିଂ ଅଫ୍ ଲିଗାସି ୱେଷ୍ଟ୍ ପାଇଁ ୯.୧୨.୨୦୨୨ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ୭ଲକ୍ଷ ମେଟ୍ରିକ ଟନର ବର୍ଜ୍ୟବସ୍ତୁର ପୃଥକୀକରଣ କରିବା, ସେଥିରୁ ବାୟୋ ଆସ୍‌, କଳାମାଟି ଓ ପ୍ଲାଷ୍ଟିକ୍‌କୁ ଅଲଗା କରିବା, ସଂପୃକ୍ତ ସ୍ଥାନକୁ ପୂର୍ବ‌ାବସ୍ଥାକୁ ଫେରାଇ ଆଣିବାକୁ ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ପ୍ରଥମ ଟେଣ୍ଡର୍‌ରେ ୧୪.୨.୨୩ରେ ଟେଣ୍ଡର୍‌ ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ହଠାତ୍ ଏହି ଟେଣ୍ଡର୍‌କୁ ବାତିଲ କରାଯାଇ ଆଉଥରେ ଏଥିପାଇଁ ସଂଶୋଧିତ ଟେଣ୍ଡର ଆହ୍ବାନ କରାଗଲା। କର୍ତ୍ତୃପକ୍ଷ ସର୍ତ୍ତରେ ପରିବର୍ତ୍ତନ କଲେ। ତେବେ ଟେଣ୍ଡର ଖୋଲିବା ପୂର୍ବରୁ କର୍ତ୍ତୃପକ୍ଷ ସର୍ତ୍ତରେ ସଂଶୋଧନ କରିବାକୁ ନେଇ ସନ୍ଦେହ ବଢ଼ିଛି। ଏପରିକି ଗତ ଫେବ୍ରୁଆରି ୨୧ ତାରିଖ ପ୍ରିବିଡ୍‌ ମିଟିଂରେ ଏନେଇ କୌଣସି ଆଲୋଚନା ହୋଇନଥିବା ବେଳେ ସର୍ତ୍ତର ସଂଶୋଧନ କରାଯାଇଥିଲା। ଟେକ୍ନିକାଲ୍ ବିଡ୍‌ରେ ଆବେଦନକାରୀଙ୍କ ତିନିବର୍ଷର ଆର୍ଥିକ କାରବାର ପ୍ରଥମେ ୨୧କୋଟି ଟଙ୍କା ରଖାଯାଇଥିବା ବେଳେ ‌ସଂଶୋଧିତ ଟେଣ୍ଡରରେ ଏହାକୁ ବଢ଼ାଇ ୩୦କୋଟି ଟଙ୍କା କରି ଦିଆଗଲା। ତେବେ କିଛି ସଂସ୍ଥ‌ା ଏବେ ଏହି ଯୋଗ୍ୟତା ଯୋଗୁଁ ବଂଚିତ ହେବା ନିଶ୍ଚିତ ହୋଇଛି।

ପ୍ରଥମେ ଏହି ସର୍ତ୍ତ ପୂରଣ ପାଇଁ ସର୍ବାଧିକ ନମ୍ବର ୩୦ ରଖାଯାଇଥିବା ବେଳେ ସଂଶୋଧିତ ସର୍ତ୍ତରେ ଏହାକୁ ୨୦ରେ ସୀମିତ କରି ଦିଆଗଲା। ସେହିଭଳି ବୈଷୟିକ ଅଭିଜ୍ଞତାରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ପ୍ରଥମ ବିଡ୍‌ରେ ଜଣେ ବିଡର ମାସକୁ ୧ଲକ୍ଷ ମେଟ୍ରିକ ଟନ୍‌ ବାଇଓମାଇନିଂ କରିଥିବା ଆବଶ୍ୟକ ବୋଲି ସର୍ତ୍ତ ରଖାଯାଇଥିଲା। ମାତ୍ର ସଂଶୋଧିତ ଟେଣ୍ଡ୍‌ରରେ ଏହାକୁ ମାସକୁ ୨ଲକ୍ଷରୁ ୩ଲକ୍ଷ ମେଟ୍ରିନ୍ ଟନ୍ କରିଦିଆଗଲ‌ା। ପୂର୍ବ ବିଡ୍‌ରେ ଏହି ସର୍ତ୍ତ ପୂରଣ କରିଥିବା ବିଡରକୁ ୨୦ ନମ୍ବର ଦିଆଯାଇଥିବା ବେଳେ ସଂଶୋଧିତ ଟେଣ୍ଡରରେ ଏହାକୁ ୧୫ନମ୍ବର ରଖାଗଲା। ସେହିଭଳି ପ୍ରୋଜେକ୍ଟ ଡେଲିଭରି ସର୍ତ୍ତରେ ପ୍ରଥମେ ୧୦ ହଜାର ମେଟ୍ରିକ୍ ଟନ୍‌ର କ୍ଷମତା ରଖାଯାଇଥିବା କୁହାଯାଇଥିବା ବେଳେ ସଂ‌‌ଶୋଧିତ ସର୍ତ୍ତରେ ଏହାକୁ ୨୦ ଗୁଣା ବୃଦ୍ଧି କରି ୨ଲକ୍ଷ ମେଟ୍ରିକ୍ ଟନ୍ ର କ୍ଷମତା ଥିବା ଦର୍ଶାଯାଇଛି। ସେହିଭଳି ଆଇଆଇଓପି (ଇମ୍ପ୍ଲିମେଣ୍ଟେସନ୍ ଓ ଅପରେଟର ପ୍ଲାନ୍) ସର୍ତ୍ତରେ ପ୍ରଥମେ ୨୫ନମ୍ବର ରଖାଯାଇଥିବା ବେଳେ ଏହାକୁ ୧୦ ନମ୍ବରକୁ ଖସାଇ ଦିଆଗଲା। ଏଥି‌ରେ ପୁଣିଥରେ ଏକ ନୂଆ ସର୍ତ୍ତ ଯୋଡ଼ା ଯାଇ ସେଥିରେ ୨୫ ନମ୍ବର ରଖାଗଲା। ଯେଉଁ ସଂସ୍ଥା ସିମେଣ୍ଟ ପ୍ଲାଣ୍ଟ୍‌କୁ ଆରଡିଏଫ୍ ‌ଯୋଗାଉଥିବାର ଅଭିଜ୍ଞତା ଥିବ, ସେହି ସଂସ୍ଥାକୁ ୨୫ ନମ୍ବର ଦିଆଯିବ। ତେବେ ଆର୍‌ଡିଏଫ୍ ସର୍ତ୍ତ ଲାଗୁ ହେଲେ ସବୁ ସଂସ୍ଥା ଏଥିରୁ ବଂଚିତ ହୋଇ ଏକ ନିର୍ଦ୍ଦିଷ୍ଟ ସଂସ୍ଥ‌ା ହିଁ ଟେଣ୍ଡର୍‌ ହାସଲ କରିବ ବୋଲି ଅଭିଯୋଗ ହୋଇଛି। ସଂଶୋଧିତ ଟେଣ୍ଡର ପ୍ରକ‌ାଶ କରିବା ପଛରେ ଥିବା ରହସ୍ୟ ଉନ୍ମୋଚନ ପାଇଁ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe