ବିମାନବନ୍ଦରରୁ ୫୦ ହଜାର ଟଙ୍କା, ସୁନାଗହଣା ଚୋରି

Advertisment
ବିମାନବନ୍ଦରରୁ ୫୦ ହଜାର ଟଙ୍କା, ସୁନାଗହଣା ଚୋରି

Odisha Sun Times

ଭୁବନେଶ୍ବର : ବିମାନ ବନ୍ଦର ଭିତରୁ ଚୋରି। ଏ ନେଇ ଜଣେ ଯାତ୍ରୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୁମିତ କେଡା ନାମକ ଜଣେ ଯାତ୍ରୀ ଆଜି ସକାଳ ୯ଟା ୫୫ ମିନିଟରେ କୋଲକାତାରୁ ଗୋ ଏୟାର ବିମାନରେ ଭୁବନେଶ୍ବର ଆସିଥିଲେ। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ବରରେ ବିମାନ ପହଞ୍ଚିବା ପରେ ସେ ଦେଖିବାକୁ ପାଇଥିଲେ ତାଙ୍କ ସୁଟ୍‌କେସ ଭଙ୍ଗା ଯାଇଛି। ସେଥିରେ ଥିବା ୫୦ ହଜାର ଟଙ୍କା, ଗୋଟିଏ ସୁନାଚେନ୍‌ ଓ ରୁପା ଟଙ୍କା ଚୋରି ହୋଇ ଯାଇଛି। ଏହା ଛଡ଼ା ସୁଟକେସ୍‌ ଉପରେ କେହି ଚକଖଡ଼ିରେ ଏକ ମୋବାଇଲ ନମ୍ବର ଲେଖିଛି। ତେଣୁ ସୁମିତ ସନ୍ଦେହ କରୁଛନ୍ତି କି ବିମାନବନ୍ଦର ଭିତରେ ଏକ ଗ୍ୟାଙ୍ଗ୍ କାମ କରୁଛି। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ବିମାନବନ୍ଦରରେ ଲାଗିଥିବା ସିସି କ୍ୟା‌ମେରାର ଯାଞ୍ଚ କରୁଛି।

କେବଳ ଏହି ଗୋଟିଏ ଘଟଣା କାହିଁକି ପୂର୍ବରୁ ଅନେକ ଥର ଯାତ୍ରୀମାନେ ଚୋରି ଓ ଲୁଟପାଟର ଶିକାର ହୋଇଛନ୍ତି। ପୁଲିସ କେବଳ ମାମଲାଟିଏ ରୁଜୁ କରି ବସି ପଡ଼ୁଛି। ଆଜି ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe