Police Commissionerate
ଭୁବନେଶ୍ବର : ନେଟ୍ୱାର୍କ ମାର୍କେଟିଂ ସଂସ୍ଥା ମୋଦିକେୟାର୍ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଠକେଇ ଅଭିଯୋଗ ହୋଇଛି। ସହିଦନଗର ଥାନା ଅଞ୍ଚଳରେ ରହୁଥିବା ଗୌରୀଶଙ୍କର ଅଭିଯୋଗ କରିଛନ୍ତି ଯେ ଉଚ୍ଚ ସୁଧ ହାରରେ ଟଙ୍କା ପାଇବା ସହ ପାହ୍ୟାରେ ପଦୋନ୍ନତି କରାଇଦେବାର ଲୋଭ ଦେଖାଇ ସଂସ୍ଥା ତାଙ୍କଠାରୁ ୬ ଲକ୍ଷ ଟଙ୍କା ଠକି ନେଇଛି। ଏ ନେଇ ସେ ପ୍ରଥମେ ଏସଡିଜେଏମ୍ କୋର୍ଟରେ ସଂସ୍ଥାର ଭୁବନେଶ୍ୱର ବ୍ରାଞ୍ଚର ୭ଜଣ ଅଧିକାରୀଙ୍କ ନାମରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ଆଦେଶକ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ୍ ସଂପୃକ୍ତ ୭ ଅଧିକାରୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଉନଥିବା ଅଭିଯୋଗ କରିଛନ୍ତି ଗୌରୀ।
Follow Us