Advertisment

ନକଲି ଜମି ମାଲିକଙ୍କୁ ଗ୍ୟାରେଣ୍ଟର ରଖି ବ୍ୟାଙ୍କରୁ ୬୦ ଲକ୍ଷ ଋଣ

Advertisment

ଅସଲି ଜମି ମାଲିକ ଇଓଡବ୍ଲ୍ୟୁର ଦ୍ବାରସ୍ଥ

ଅସଲି ଜମି ମାଲିକ ଇଓଡବ୍ଲ୍ୟୁର ଦ୍ବାରସ୍ଥ

ଜଳ, ପରିମଳ ପାଇଁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକୁ ଆହ୍ବାନ

Moneycontrol

ଭୁବନେଶ୍ବର : ଅସଲି ମାଲିକଙ୍କ ଅଜ୍ଞାତରେ ଜଣେ ନକଲି ମାଲିକ ଜମି ମାଲିକକୁ ବ୍ୟାଙ୍କ୍‌ରେ ଗ୍ୟାରେଣ୍ଟର ଭାବେ ଠିଆ କରାଇ ୬୦ ଲକ୍ଷ ଟଙ୍କା ଋଣ କରାଯାଇଛି। ୩ ବର୍ଷ ବିତିବାକୁ ବସିଥିଲେ ବି ଋଣ ପରିଶୋଧ ନାଁ ଧରୁନାହାନ୍ତି ଋଣଗ୍ରହୀତା। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଜମି ନିଲାମ କରିବାକୁ ବସିଲେଣି। ଦୁଇ ଦୁଇଟି ନିଲାମ ନୋଟିସ୍‌କୁ ମଧ୍ୟ ଜାଣି ଜାଣି ଗାଏବ୍‌ କରାଯାଇଛି। ତେବେ ତୃତୀୟ ନୋଟିସ୍ ଅସଲି ଜମି ମାଲିକଙ୍କ ହାତରେ ଲାଗିବା ପରେ ସେ ଏହି ଜାଲିଆତି ବାବଦରେ ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଦ୍ବାରସ୍ଥ ହୋଇଛନ୍ତି।

ଘଟଣାଟି ଏମିତି। ଖୋର୍ଦ୍ଧାର ବିଶିଷ୍ଟ ଐତିହାସିକ ଓ ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହଙ୍କର ଚନ୍ଦକା ଥାନା ପାଇକରାପୁରରେ ଏକ ଜମି ରହିଛି। ଉକ୍ତ ଜମିକୁ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ବନ୍ଧକ ରଖି କଟକ ସିଡିଏସ୍ଥିତ ଏକ ସଂସ୍ଥା ୬୦ ଲକ୍ଷ ଟଙ୍କାର ଋଣ ଉଠାଇଛି। ଜଣେ ନକଲି ସତ୍ୟବାଦୀ ବଳିୟାରସିଂହଙ୍କୁ ଗ୍ୟାରେଣ୍ଟର ଭାବେ ରଖି ଉକ୍ତ ସଂସ୍ଥା ବ୍ୟାଙ୍କରୁ ଋଣ କରିଛି। ୨୦୧୯ ମସିହାରୁ ଉକ୍ତ ସଂସ୍ଥା ବ୍ୟାଙ୍କରୁ ଋଣ ନେଇଥିଲେ ବି ପଇସାଟିଏ ପରିଶୋଧ କରିନାହିଁ। ତେଣୁ ବ୍ୟାଙ୍କ ପକ୍ଷରୁ ଜମି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ପ୍ରାଥମିକ ପଦକ୍ଷେପ ଭାବେ ମାଲିକ ଶ୍ରୀ ବଳିୟାରସିଂଙ୍କ ପାଖକୁ ନିଲାମ ନୋଟିସ୍ ଆସିଛି। ସେ ପାଇଥିବା ନୋଟିସ୍‌ଟି ତୃତୀୟ ହୋଇଥିବାରୁ ପୂର୍ବର ଦୁଇଟି ନୋଟିସ୍ ଗାଏବ୍ କରାଯାଇଥିବା ଜଣାପଡ଼ିଛି। ତୃତୀୟ ନୋଟିସ୍ ପାଇବା ପରେ ଶ୍ରୀ ବଳିୟାରସିଂହ ଏଭଳି ସଂଗିନ ଜାଲିଆତି ବାବଦ‌ରେ ଜାଣି ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଜାଲ୍ ରେକର୍ଡପତ୍ର ସବୁକୁ ଠିକ୍‌ରେ ଯାଞ୍ଚ ନକରି କିଭଳି ଏତେ ବଡ଼ ଋଣ ପ୍ରଦାନ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe