ସିମ୍ କେଓ୍ୱାଇସି କରାଇବାକୁ କହି ଠକିନେଲା ୭୦ହଜାର

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ସିମ୍ କେଓ୍ୱାଇସି କରାଇବାକୁ କହି ସାଇବର ଠକ ଜଣେ ଯୁବକଙ୍କଠାରୁ ପ୍ରାୟ ୭୦ହଜାର ଟଙ୍କା ଠକି ନେଇଛି। ଠକାମିର ଶିକାର ଖଣ୍ଡଗିରି ଅଞ୍ଚଳର ଅମରେନ୍ଦ୍ର ପ୍ରସାଦ ଦ୍ବିବେଦୀ ଗତକାଲି ଏ ନେଇ ପ୍ରଥମେ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଥିବା ବେଳେ ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅମରେନ୍ଦ୍ରଙ୍କ କହିବାନୁଯାୟୀ, ଗତ ୨୧ ତାରିଖରେ ତାଙ୍କ ପାଖକୁ ୯୦୮୩୫୭୪୮୭୭ ନମ୍ବରରୁ ଏକ କଲ୍ ଆସିଥିଲା। କଲ୍‌ କରିଥିବା ଅଜଣା ବ୍ୟକ୍ତି ତାଙ୍କୁ ଜିଓ କଷ୍ଟମର୍ କେୟାର୍‌ରୁ ଫୋନ୍ କରିଥିବା କହି ସିମ୍‌ର କେଵାଇସି କରିବା ପାଇଁ କହିଥିଲେ। କେଵାଇସି ନ କଲେ ସିମ୍ ଅଚଳ ହୋଇଯିବ ବୋଲି କହିବା ପରେ ବାଧ୍ୟ ହୋଇ ଅମରେନ୍ଦ୍ର ତାଙ୍କ କହିବାନୁଯାୟୀ କାମ କରିଥିଲେ। ଫୋନ୍‌କୁ ଆସିଥିବା ଓଟିପି ଦେଲେ କେଵାଇସି ଅପଡେଟ୍ ହେବ ବୋଲି କହିବା ପରେ ତାଙ୍କ କ୍ରେଡିଟ୍ କାର୍ଡ ଆକାଉଣ୍ଟ୍‌ରୁ ପ୍ରଥମ ପର୍ଯ୍ୟାୟରେ ୩୦ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୪୦ହଜାର ଟଙ୍କା କଟିଯାଇଥିଲା। ଏ ନେଇ ସେ ଭୁବନେଶ୍ବର ସାଇବର ସେଲ୍‌ରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରଦତ୍ତ ସାଇବର୍ ନମ୍ବରରେ ଅଭିଯୋଗ କରିଥିବା କହିଛନ୍ତି।

ଯୁବତୀଙ୍କୁ ଧୋକା ଦେଇ ପ୍ରେମିକ ଗିରଫ
ଭୁବନେଶ୍ବର : ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପରେ ତାଙ୍କୁ ଧୋକା ଦେବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଶଠ ପ୍ରେମିକ ହେଲା ଶାସ୍ତ୍ରୀନଗରର କେ ଅଖିଲ୍ ଓରଫ୍‌ ସୌରଭ(୨୫)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ଏହି ଯୁବତୀଙ୍କ ସହ ସୌରଭର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ସୌରଭ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ଓ ବିଭିନ୍ନ ବାହାନା କରି ତାଙ୍କଠାରୁ ବହୁତ ଟଙ୍କା ନେଇଥିଲା। ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ ଧରିବା ପରେ ସୌରଭ ଆଉ ଧରାଛୁଆଁ ଦେଇନଥିଲା। ତେଣୁ ପ୍ରତାରଣାର ଶିକାର ହେବା ଜାଣିବା ପରେ ଯୁବତୀ ଥାନାର ଦ୍ବାରସ୍ଥ ହୋଇଥିଲେ।

ମହିଳାଙ୍କ ଆକାଉଣ୍ଟ୍‌ରୁ ୭୯ ହଜାର ଗାଏବ
ପୁରୁଣା ଭୁବନେଶ୍ବର : ମଞ୍ଚେଶ୍ବର ଇଲେକ୍‌ଟ୍ରିକ୍ ଅଫିସ୍‌ରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଆକାଉଣ୍ଟରୁ ୭୯ ହଜାର ଟଙ୍କା ଗ‌ାଏବ ହୋଇଯାଇଛି। ଠକେଇର ଶିକାର ହୋଇଥିବା ପାତ୍ରସାହିର ମହିଳା ରୁବି ନାୟକ ଏ ସଂପର୍କରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ରୁବିଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୫ ତାରିଖରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୩୮ ହଜାର, ୯ ତାରିଖରେ ୩୫ ହଜାର; ଏପରି ମୋଟ ୭୯ ହଜାର ଟଙ୍କା ଉଠା ଯ‌ାଇଛି। ତେବେ ଏହା ପଛରେ ସାଇବର୍‌ ଠକଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି। ସୂଚନାଯୋଗ୍ୟ, ଲିଙ୍ଗରାଜ ଥାନା ଅଧୀନ ଲୁଇସ୍‌ରୋଡ୍‌‌ରେ ଥିବା ୟୁନିଅନ୍‌ ବ୍ୟାଙ୍କ‌ରେ ରୁବିଙ୍କ ଏକ ଆକାଉଣ୍ଟ ଅଛି। ସେ ନିଜର ସଞ୍ଚିତ ଅର୍ଥ ସେହି ଆକାଉଣ୍ଟରେ ଜମା କରିଥା’ନ୍ତି। ତେବେ ଚଳିତ ମାସ‌‌ ଦୁଇ ଥରରେ ତାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ ସବୁତକ ଟଙ୍କା ଉଠାଇ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe