ମୋବାଇଲ୍‌କୁ ଲିଙ୍କ୍ ପଠାଇ ଲୁଟିନେଲେ ଲକ୍ଷେ ୭୦ହଜାର

Advertisment
ମହଙ୍ଗା ପଡ଼ିଲା ନାବାଳକ ପୁଅର ଇନ୍‌ଷ୍ଟାଗ୍ରାମ୍‌ ନିଶା: ବାପା-ମା’ଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ ଲକ୍ଷ ଗାଏବ

ଭୁବନେଶ୍ବର : ଆପଣଙ୍କ ଏସ୍‌ବିଆଇ ବ୍ୟାଙ୍କ ୟୋନୋ ଆକାଉଣ୍ଟ୍ ସସ୍‌ପେଣ୍ଡ୍ ହୋଇଯାଇଛି। ଅପଡେଟ୍ ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଏହିଭଳି ମୋବାଇଲ୍‌କୁ ମେସେଜ୍ ପଠାଇ ସାଇବର ଠକ ଜଣେ ଯୁବକଙ୍କ ଆକାଉଣ୍ଟରୁ ପ୍ରାୟ ଲକ୍ଷେ ୭୦ହଜାର ଟଙ୍କା ଚଳୁ କରିନେଇଛି। ଏନେଇ ସେ ପ୍ରଥମେ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିବା ପରେ ସେ ରହୁଥିବା କେନ୍ଦୁଝର ଘସିପୁରା ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଘସିପୁରା ଯୁବକ ରାଜେନ୍ଦ୍ର ସାହୁଙ୍କ କହିବାନୁଯାୟୀ ଗତକାଲି ଅପରାହ୍‌ଣରେ ତାଙ୍କ ମୋବାଇଲକୁ ଏହି ଭଳି ଦୁଇଟି ମେସେଜ୍ ଆସିଥିଲା। ସେ ସେହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଏହା ପରେ ତାଙ୍କ ପାଖକୁ ଆସିଥିବା ଓଟିପି ମାଗିଥିଲା ସାଇବର ଠକ। ରାଜେନ୍ଦ୍ର ଓଟିପି ଦେବା ପରିବର୍ତ୍ତେ ସେ ସାଇବର ଠକ ବୋଲି ଅନୁମାନ କରି ଫୋନ୍ କାଟିଥିଲେ। ଅଥଚ କିଛି ସମୟ ମଧ୍ୟରେ ସାଇବର ଠକ ୩ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ଲକ୍ଷେ ୭୦ହଜାର ଟଙ୍କା ଲୁଟିନେଇଥିଲା। ଏନେଇ ରାଜେନ୍ଦ୍ର ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଠକ ତାଙ୍କୁ ସହାନୁଭୂତି ଦେଖାଇ କହିଥିଲା ଯେ ଓଟିପି ଦେଇଥିଲେ ତାଙ୍କ ମୋବାଇଲ୍‌ରୁ ଟଙ୍କା କଟିନଥାନ୍ତା। ଓଟିପି ନ ଦେବାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଲା। ତେବେ ଏନେଇ ରାଜେନ୍ଦ୍ର ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ କହିଛନ୍ତି ଯେ ବିନା ଓଟିପିରେ କେମିତି ଜଣେ ସାଇବର ଠକ ତାଙ୍କୁ ଲୁଟିନେଲା ସେ କିଛି ବୁଝିପାରୁନାହାନ୍ତି। ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍ ଥିବାରୁ ଆସନ୍ତାକାଲି ସେ ଆନନ୍ଦପୁରସ୍ଥିତ ଏସ୍‌ବିଆଇ ଶାଖାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe