ଗ୍ରହଶାନ୍ତି ବାହାନାରେ ୭୫ହଜାର ଟଙ୍କା ଚଳୁ

Advertisment
ପିଲା କଳିରୁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଚନ୍ଦ୍ରଶେଖରପୁର : ଗ୍ରହଶାନ୍ତି କରିଦେବା ବାହାନାରେ ଜଣେ ଠକ ଜ୍ୟୋତିଷ ମଞ୍ଚେଶ୍ବର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୭୫ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅଶ୍ବିନୀ କୁମାର ହୋତା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୋଗ ପାଇବା ପରେ ଠକ ଜ୍ୟୋତିଷର କାର୍ଯ୍ୟାଳୟରୁ ଖାଲି ହାତରେ ଫେରିଛି। ଚଢ଼ଉ ପୂର୍ବରୁ ସେ ଫେରାର୍ ହୋଇ ଯାଇଛି।

ଅଶ୍ବିନୀଙ୍କ ଅଭିଯୋଗ ଅନୁସାରେ ଗ୍ରହଶାନ୍ତି କରିବା ଲକ୍ଷ୍ୟରେ ଜ୍ୟୋତିଷ ଜଣକ ତାଙ୍କୁ ଏକ ରତ୍ନପଥର ‌ଦେଇଥିଲା। ଉକ୍ତ ପଥର ବାବଦରେ ସେ ୭୫ ହଜାର ଟଙ୍କା ଦେଇଥିଲେ। ମାତ୍ର ଠକ ଜ୍ୟୋତିଷ ଦେଇଥିବା ପଥର ନକଲି ବୋଲି ଜାଣିବା ପରେ ସେ ତାକୁ ଟଙ୍କା ଫେରସ୍ତ ପାଇଁ ଖୋଜିଥିଲେ। କିନ୍ତୁ ସେତେବେଳକୁ ସେ ଫେରାର୍ ହୋଇଯାଇଥିଲା। ଅଶ୍ବିନୀଙ୍କ ଭଳି ଆଉ କିଛି ବ୍ୟକ୍ତିଙ୍କଠାରୁ ଉକ୍ତ ଠକ ଲକ୍ଷାଧିକ ଟଙ୍କା ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe