ରହସ୍ୟଜନକ ଭାବେ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୮୧ ହଜାର ଗାଏବ୍‌

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ଭୁବନେଶ୍ବର : ପୁରୀର ଶିକ୍ଷୟିତ୍ରୀ କାମିନୀବାଳା ସାହୁଙ୍କ ଦୁଇଟି ପୃଥକ ଆକାଉଣ୍ଟରୁ ରହସ୍ୟଜନକ ଭାବେ ୮୧ ହଜାର ଟଙ୍କା କଟିଯାଇଛି। କି ପ୍ୟାଡ୍‌ ମୋବାଇଲ୍‌ ବ୍ୟବହାର କରୁଥିବା ଓ ସ୍ମାର୍ଟ ଫୋନ୍‌ ବ୍ୟବହାର ଜାଣିନଥିବା ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ କିଭଳି ଟଙ୍କା କଟିଲା, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଏନେଇ ସେ ପୁରୀ ଟାଉନ୍‌ ଥାନା ସମେତ ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା, ପୁରୀ ମାର୍କେଟ ଛକସ୍ଥିତ ବ୍ୟାଙ୍କ୍‌ ଅଫ୍‌ ବ‌ରୋଦା ଓ ବଡ଼ଶଙ୍ଖସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଦୁଇଟି ପୃଥକ ଆକାଉଣ୍ଟ ରହିଛି। ସେ ସାଧାରଣତଃ ବ୍ୟ‌ାଙ୍କ୍‌ ଅଫ୍‌ ବରୋଦାରୁ ଚେକ୍‌ ଜରିଆରେ ଓ ଷ୍ଟେଟ୍‌ବ୍ୟାଙ୍କରୁ ଏଟିଏମ୍‌ କାର୍ଡ ‌ଦ୍ବାରା ଟଙ୍କା ଉଠାନ୍ତି। ସ୍ମାର୍ଟ ଫୋନ୍‌ ବ୍ୟବହାର ଜାଣିନଥିବାରୁ ସେ କେବେ ବି ଅନ୍‌ଲାଇନ୍‌ରେ ଟଙ୍କା ଉଠାଣ କରନ୍ତି ନାହିଁ। କିନ୍ତୁ ନଭେମ୍ବର ୭ରୁ ୨୭ ତାରିଖ ମଧ୍ୟରେ ବ୍ୟା‌ଙ୍କ୍‌ ଅଫ୍ ବରୋଦାରୁ ୬୬ ହଜାର ୧୯୩ଟଙ୍କା ଓ ଷ୍ଟେଟ୍‌ ବ୍ୟାଙ୍କରୁ ୧୫ ହଜାର ୨୯୧ଟଙ୍କା ଉଠା ଯାଇଛି। ଟଙ୍କା ଉଠାଣ ସମନ୍ଧୀୟ କୌଣସି ମେସେଜ୍‌ ମଧ୍ୟ ତାଙ୍କ ‌ଫୋନ୍‌କୁ ଆସିନାହିଁ। ଏନେଇ ସେ ଦୁଇ ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ ମଧ୍ୟ ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ ବୋଲି ସେ ବାଧ୍ୟ ହୋଇ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ଟଙ୍କା ଉଠାଣ ଉପରେ ବିହିତ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe