ଅନ୍‌ଲାଇନ୍‌ରେ ଗାଡ଼ି ବୁକିଂ କରି ଫସିଲେ ଯୁବକ, ୫ଟି ପର୍ଯ୍ୟାୟରେ ୧୮ହଜାର ଟଙ୍କା ନେଇଗଲା ସାଇବର ଠକ

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ସାମାଜିକ ଗଣମାଧ୍ୟମରୁ ଗାଡ଼ି ଦେଖି ବାଛିବା ପରେ ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରି ସାଇବର ଠକାମିର ଶିକାର ହୋଇଛନ୍ତି ଯୁବକ। ଏ ନେଇ ଆଜି ଭୁବନେଶ୍ବର ସାଇବର ସେଲ୍‌ରେ ସେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ ପୁରୀ ଶ୍ରୀମୁକୁନ୍ଦପୁରର ନୃସିଂହ ଦୀକ୍ଷିତ ଗତକାଲି ଫେସବୁକ୍‌ରେ ଏକ ସ୍କୁଟି କିଣିବା ପାଇଁ ଏକ ପେଜ୍‌କୁ ଯାଇ ବାଛିଥିଲେ। ଏହା ପରେ ତାଙ୍କୁ ସାଇବର ଠକ ଅନ୍‌ଲାଇନରେ ଗାଡ଼ି ପାଇବା ପାଇଁ ପ୍ରଥମେ ପଂଜୀକରଣ ବାବଦକୁ ଦୁଇ ହଜାର ଏହା ପରେ ଡେଲିଭରି ଚାର୍ଜ ଓ ଅନ୍ୟାନ୍ୟ ଆଳ ଦେଖାଇ ପ୍ରାୟ ୧୮ହଜାର ଟଙ୍କା ଗୁଗୁଲ୍ ପେ’ରେ ନେଇଥିଲା। ଟଙ୍କା ନେବା ପରେ ଗାଡ଼ି ଦେବା ପରିବର୍ତ୍ତେ ଅଧିକ ଟଙ୍କା ଦେବାକୁ ଦାବି କରିବାରୁ ନୃସିଂହ ସନ୍ଦେହ କରିଥିଲେ। ପରେ ସେ ସାଇବର ଠକାମିର ଶିକାର ହୋଇଥିବା କଥା ଜାଣିବା ପରେ ଭୁବନେଶ୍ବରରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe