ମହିଳାଙ୍କଠାରୁ ୩୦ ହଜାର ଟଙ୍କା ଠକେଇ ମାମଲା : ବନ୍ଧା ହେଲା ଧରମ ଭାଇ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ବର : ହାତରେ ସୂତା ବାନ୍ଧି ଭାଇ ହେବା ପରେ ଯୁବତୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟିନେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ୍‌ ଆଜି ଧୂର୍ତ୍ତକୁ ଗିରଫ କରିଛି। ସେ ହେଲା, ପୁରୀ ଜିଲ୍ଲା ନିମାପଡ଼ା ଥାନା ଏକମ୍‌କଣା ଗ୍ରାମର ବସନ୍ତ ସ୍ବାଇଁ। ତା’ ନିକଟରୁ ପୁଲିସ୍‌ ୩୦ ହଜାର ଟଙ୍କା ସମେତ ଗୋଟିଏ ସ୍କୁଟି ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଯୁବକକୁ ପୁଲିସ୍‌ ଖୋଜୁଛି।

publive-image

ସୂଚନା ମୁତାବକ, ଗତ ୧୦ ତାରିଖରେ ଏହି ଘଟଣା ଘଟିଥିଲା। ମିସଡ୍‌ କଲ୍‌ ଜରିଆରେ ବସନ୍ତ ଜଣେ ଆଦିବାସୀ ମହିଳାଙ୍କ ସହ ସମ୍ପର୍କରେ ଆସିଥିଲା। କ୍ରମେ ସେ ତାଙ୍କ ସହ ସଂପର୍କ ବଢ଼ାଇଥିଲା। କଥାବାର୍ତ୍ତା ସମୟରେ ମହିଳାଜଣଙ୍କ ଚାକିରି ଖୋଜୁଥିବା କହିବାରୁ ବସନ୍ତ ତାଙ୍କୁ ଠକିବାକୁ ଯୋଜନା କରିଥିଲା। ଚାକିରି ନ କରି ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ମହିଳାଙ୍କୁ ୨ଲକ୍ଷ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇ ରାମ ମନ୍ଦିରକୁ ଡକାଇଥିଲା। ତେବ‌େ ୨ ଲକ୍ଷ ଟଙ୍କା ଦେବା ପାଇଁ ବ୍ୟାଙ୍କ୍‌ରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା। ଏଥିରେ ରାଜି ହୋଇ ମହିଳାଜଣଙ୍କ ଧାରକରଜ କରି ୩୦ ହଜାର ଟଙ୍କା ସାଙ୍ଗରେ ନେଇ ଆସିଥିଲେ। ବିଶ୍ବାସ ଜନ୍ମାଇବା ପାଇଁ ରାମ ମନ୍ଦିରରେ ମହିଳାଙ୍କ ହାତରୁ ସୂତା ବନ୍ଧାଇ ବସନ୍ତ ଧରମ ଭାଇ ପାଲଟି ଯାଇଥିଲା। ପରେ ବଡ଼ଗଡ଼ ଅଞ୍ଚଳରେ ଥିବା ଏକ ବ୍ୟାଙ୍କରେ ତା’ ଆକାଉଣ୍ଟ ଅଛି, ସେଠାରୁ ସେ ୨ଲକ୍ଷ ଟଙ୍କା ଉଠାଇ ଦେବ ବୋଲି କହିଥିଲା। ବସନ୍ତ, ତା’ର ଜଣେ ସହଯୋଗୀ ଓ ସଂପୃକ୍ତ ମହିଳା ସ୍କୁଟିରେ ବଡ଼ଗଡ଼ ଅଭିମୁଖେ ଯାଇଥିଲେ। ତେବେ କଳ୍ପନା ଛକରେ ପହଞ୍ଚିବା ପରେ ପୁଲିସ୍‌ ଧରିବ ବୋଲି କହି ଅଭିଯୁକ୍ତଦ୍ବୟ ମହିଳାଙ୍କୁ ଓହ୍ଲାଇ ଦେଇ ଫେରାର୍‌ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବାରୁ ପୁଲିସ୍‌ କଳ୍ପନା ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତକୁ ଚିହ୍ନଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe