ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶଖାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ସିଲ୍ କରିଛି । ଆରଟିଓ-୧ ଅଫିସ୍ରୁ ୪ ଜଣ ଓ ଆଇସିଆଇସି ବ୍ୟାଙ୍କରେ ୧୫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ବିଏମସି।
ସୂଚନା ଅନୁସାରେ, ବ୍ୟାଙ୍କରୁ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍ସି ଏହି ନିଷ୍ପତ୍ତି ନେଇଛି । ଏହା ସହ ଶ୍ରୀୟା ଟକିଜ୍ ଛକ ନିକଟରେ ଥିବା ବ୍ୟାଙ୍କର ମୁଖ୍ୟ ଶାଖାକୁ ମଧ୍ୟ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି । ଅନ୍ୟପଟେ ରାଜଧାନୀ ଆରଟିଓ-୧ରୁ ୪ଜଣ କରୋନା ପଜିଟିଭ୍ ଓ ଫୁଲନଖରା ପାଖରେ ଥିବା ଗତି କୋରିୟର ଗୋଦାମରୁ ୨ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । ଏହି କାରଣରୁ ଆରଟିଓ ଅଫିସ୍ ଓ ଗତି ଗୋଦାମରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମ୍ସି ଦୁଇଟି ଅଫିସ୍କୁ ସିଲ୍ କରିବା ସହ ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛି । ଟୁଇଟ୍ ଯୋଗେ ବିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Follow Us