ରୁଚିକା ଆତ୍ମହତ୍ୟା ମାମଲା: କଲେଜ ସମ୍ମୁଖରେ ଝିଅର ଶୁଦ୍ଧିକ୍ରିୟା କରିବି: ରୁଚିକାଙ୍କ ମା’

Advertisment
ରୁଚିକା ଆତ୍ମହତ୍ୟା ମାମଲା: କଲେଜ ସମ୍ମୁଖରେ ଝିଅର ଶୁଦ୍ଧିକ୍ରିୟା କରିବି: ରୁଚିକାଙ୍କ ମା’

ଭୁବନେଶ୍ବର: ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ୮ଦିନ ବିତିଗଲାଣି। ମାତ୍ର ଏଯାବତ୍ ପୁଲିସ ରାଗିଂ କରିଥିବା ୩ ସିନୟର୍‌ ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ। କଲେଜ କର୍ତ୍ତୃପକ୍ଷ ମଧ୍ୟ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ କଲେଜ ଫାଟକ ସମ୍ମୁଖରେ ଧାରଣା‌ରେ ବସିଥିବା ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭା ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆଜି ସ୍ପଷ୍ଟ ଭାବେ କହିଛନ୍ତି ଯେ ଆଉ ୨ଦିନ ପରେ ଝିଅର ଦଶାହ। ସେ କଲେଜ ଫାଟକ ସମ୍ମୁଖରେ ହିଁ ଝିଅର ଶୁଦ୍ଧିକ୍ରିୟା ସଂପନ୍ନ କରିବେ। ପୁଲିସ ତାଙ୍କୁ ଜୋର୍‌ ଜବରଦସ୍ତ ଉଠାଇଦେବାକୁ ଚାହୁଛି। ଗତକାଲି ତାଙ୍କୁ ଉଠାଇ ଦେବାକୁ ପୁଲିସ ପକ୍ଷରୁ ବଳ ପ୍ରୟୋଗ କରାଯାଇଥିଲା। ମାତ୍ର ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ।

ଅପରପଟେ ଏହି ମାମଲାକୁ ନେଇ ନବ ନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମହମ୍ମଦ ମନଵର୍‌ ଅଲ୍ଲୀଙ୍କ ଆମରଣ ଅନଶନ ସପ୍ତମ ଦିନରେ ପହଞ୍ଚିଛି। ରାଗିଂ କରିଥିବା ୩ ବରିଷ୍ଠ ଛାତ୍ରୀଙ୍କୁ ଗିରଫ କରିବା, କଲେଜର ପ୍ରିନ୍ସିପାଲ୍, ହଷ୍ଟେଲ ଵାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଅନଶନ କରିଛନ୍ତି। ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାପତି ସଂଘମିତ୍ରା ଜେନା ମଧ୍ୟ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଗିଂ କରିଥିବା ଛାତ୍ରୀଙ୍କୁ ପୁଲିସ ଠିକ ଭାବେ ପଚରାଉଚରା କରାଯାଇନାହିଁ। ସେ ପୁଲିସ ତଦନ୍ତକୁ ଭିତ୍ତି କରି ପ୍ରଶ୍ନ ଉଠାଇଛନ୍ତି। ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଆଜି ବିଜେବି କଲେଜ ସମ୍ମୁଖରେ ପହଞ୍ଚି ରୁଚିକାଙ୍କ ମା’ଙ୍କୁ ଆଶ୍ବସନା ଦେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେହିଭଳି ଏଆଇଏସ୍‌ଏଫ୍‌ର ଏକ ଟିମ୍ ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବା ପାଇଁ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe