ଭୁବନେଶ୍ବର: ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଆକ୍ରମଣ କରିବା ଅଭିଯୋଗରେ ଆଜି କମିସନରେଟ୍ ପୁଲିସର ହର୍ ଟିମ୍ ଜଣେ ଅଟୋରିକ୍ସା ଚାଳକଙ୍କୁ ଅଟକ ରଖି ଶାସ୍ତି ଦେଇଛି। ଅଭିଯୁକ୍ତକୁ ନୋଟିସ୍ ଦିଆଯିବା ସହିତ ସେ ଯୁବତୀଙ୍କୁ ଭୁଲ ମାଗିବା ପରେ ଛାଡ଼ ପାଇଛି। ଆଜି ଜଣେ ଯୁବତୀ ଓକାକ୍ ଟାୱାରରୁ ନିଜ କାମ ସାରି ଫେରୁଥିବା ବେଳେ ଆଚାର୍ଯ୍ୟବିହାର ବଣିକ ଇନ୍ଷ୍ଟିଚ୍ୟୁଟ୍ ଲେନ୍ରେ ପଛରୁ ଆସି ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣକ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଏହାକୁ ନେଇ ଯୁବତୀ ଅଟୋ ଚାଳକକୁ ତାଗିଦ୍ କରିବାରୁ ଅଟୋଚାଳକ ଉତ୍ୟକ୍ତ ହୋଇ ତାଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଧମକ ଦେଇଥିଲା। ପାଟିତୁଣ୍ଡ ବଢ଼ିବାରୁ ଆଖପାଖ ଲୋକ ରୁଣ୍ଡ ହୋଇଯାଇଥିଲେ। ଲୋକଙ୍କୁ ଦେଖି ଅଟୋ ଚାଳକ ସେଠାରୁ ପଳାଇ ଯିବାକୁ ଚେଷ୍ଠା କରିଥିଲା। କିନ୍ତୁ ଯୁବତୀ ଜଣକ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଳକକୁ ଅଟକ ରଖିବା ସହିତ ହର୍ ଟିମ୍ ସହ ଯୋଗାଯୋଗ କରିଥିଲେ। ହର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ସହିଦନଗର ଥାନାରେ ଦେଇଥିଲେ। ପୁଲିସର ଉପସ୍ଥିତିରେ ଅଭିଯୁକ୍ତ ଚାଳକ ଏକ ଅଣ୍ଡର୍ଟେକିଂ ଲେଖିବା ସହିତ ଯୁବତୀଙ୍କୁ ଭୁଲ୍ ମାଗିବା ପରେ ଛାଡ଼ ପାଇଥିଲା।
ଦାଦାଗିରି କରି ହଟହଟା
Advertisment
Follow Us